Latest Odisha News

BREAKING NEWS

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କାଳରେ ପରୀକ୍ଷା ନେଇ ଜାତୀୟ ଗାଇଡଲାଇନ୍ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ନାମଲେଖା ପରସ୍ପର ସହ ଜାତୀୟସ୍ତରରେ ସଂପୃକ୍ତ । ତେଣୁ କୋଭିଡ କାଳରେ ବୋର୍ଡ ପରୀକ୍ଷା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜାତୀୟସ୍ତରରେ ଗାଇଡଲାଇନ୍ ରାଜ୍ୟଗୁଡ଼ିକୁ ଉପଯୁକ୍ତ ଷ୍ଟ୍ରାଟେଜୀ ପ୍ରସ୍ତୁତ କରିବାରେ ସହାୟକ ହେବ । ଏହାସହ ଛାତ୍ରଛାତ୍ରୀ ମଧ୍ୟ ସେହି ଅନୁସାରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡିଛି । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାରେ ମଧ୍ୟ ବିଳମ୍ବ ହୋଇଥିଲା ।

କୋଭିଡ୍ ସଂକ୍ରମଣ ଓ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡିସେମ୍ୱର ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅନଲାଇନରେ ପାଠପଢ଼ା ଚାଲିଛି । ଚଳିତ ଶିକ୍ଷାବର୍ଷ ନେଇ ଦ୍ୱନ୍ଦ୍ୱ ରହିଛି । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅନିଶ୍ଚିତତା ଭିତରେ ରହିଛନ୍ତି ।

 

Leave A Reply

Your email address will not be published.