Latest Odisha News

BREAKING NEWS

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଅନ୍ତର୍ଜାତୀୟସ୍ତରର ବିମାନବନ୍ଦର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦର ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରକାର ଜମି ଯୋଗାଇ ଦେବେ । ଜମି ଚିହ୍ନଟ ହୋଇଥିବା ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ବିମାନବନ୍ଦର ନାଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଏୟାରପୋର୍ଟ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧାମ ଯୋଗୁଁ ଆସୁଛନ୍ତି ଶ୍ରଦ୍ଧାଳୁ । ସେହିପରି ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି । ଏଠାରେ ବିମାନବନ୍ଦର ହେଲେ ବିଶ୍ୱର ବିଭିନ୍ନ ସ୍ଥାନରୁ ଜଗନ୍ନାଥପ୍ରେମୀ ଶ୍ରୀକ୍ଷେତ୍ର ଆସିବେ ଓ ଏହାଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିମାନବନ୍ଦର ଜରୁରୀ ଥିବା ଚିଠିରେ ଉଲ୍ଲେଖ ।

ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି, ପୁରୀ ଓ ଏହାର ଆଖପାଖରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ । ପୁରୀଠାରୁ ମାତ୍ର ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର । ପାଖରେ ରାମଚଣ୍ଡୀ ଓ ଚନ୍ଦ୍ରଭାବା ବିଚ୍ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସେହିପରି ପୁରୀ ସୀମାକୁ ଲାଗି ଚିଲିକା ଓ ଭିତରକନିକା ଅଭୟାରଣ୍ୟ ବି ରହିଛି ।

ଏହା ବ୍ୟତୀତ ସଂପୃକ୍ତ ଅଞ୍ଚଳରେ ଦେଇ ଯାଇଥିବା କୋଷ୍ଟାଲ ହାଇଓ୍ୱେ ପାରାଦୀପ ପୋର୍ଟ ଓ ଗ୍ରୀନ ଫିଲ୍ଡ ଅସ୍ତରଙ୍ଗ ପୋର୍ଟକୁ ସଂଯୋଗ କରୁଛି । ଏସବୁ ଦୃଷ୍ଟିରୁ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦ୍ୱାରା ଆଧ୍ୟାତ୍ମିକ, ପର୍ୟ୍ୟଟନ ଓ ଅର୍ଥନୀତିର ହବ୍ ପୁରୀ ହେବ ବୋଲି ଚିଠିଲେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.