Latest Odisha News

BREAKING NEWS

କ୍ରିଶ ୪ରେ ହ୍ରିତିକ ବନାମ ହ୍ରିତିକ

ମୁମ୍ବାଇ:ହ୍ରିତିକ ରୋଶନଙ୍କ ସୁପରହୀରୋ ଫିଲ୍ମ କ୍ରିଶ୪ ଏବେ ଚର୍ଚ୍ଚାରେ । ୨୦୧୯ରେ ୱାର ପରି ସୁପରହିଟ ଫିଲ୍ମ ଦେଇଥିବା ହ୍ରିତିକ ତାଙ୍କର ପରବର୍ତୀ ଫିଲ୍ମ ନେଇ କୌଣସି ଘୋଷଣା କରି ନାହାନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ତାଙ୍କର ଆଗାମୀ ଫିଲ୍ମ ହେବ କ୍ରିଶ ୪ । ଏହି ଫିଲ୍ମରେ ହ୍ରିତିକଙ୍କୁ ୩ଟି ରୋଲରେ ଦେଖିବାକୁ ମିଳିବ । ଅନ୍ୟ ଅର୍ଥରେ ଫିଲ୍ମର ହୀରୋ ଏବଂ ଭିଲେନ୍ ୨ଟି ଯାକ ରୋଲ ସେ କରିବେ । ତାଙ୍କ ସହ ଜଣେ ମହିଳା ମଧ୍ୟ ସୁପରହୀରୋ ଭୂମିକାରେ ଅବତୀର୍ଣ୍ଣ ହେବେ ।

କ୍ରିଶ୪ରେ କ୍ରିଶ,ରୋହିତ, ଯାଦୁ ଏବଂ ଭିଲେନ ସମସ୍ତଙ୍କୁ ପ୍ରଶଂସକମାନେ ଦେଖିବାକୁ ପାଇବେ । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରୋବଟ ୨.୦ ଶୈଳୀରେ ଏହି ଫିଲ୍ମ ତିଆରି କରିବା ଲକ୍ଷ୍ୟରେ ରହିଛନ୍ତି ରାକେଶ ରୋଶନ ।

Leave A Reply

Your email address will not be published.