ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସାହିତ୍ୟ ପାଇଁ ସ୍ୱଗର୍ତ ବିଜୟ ମିଶ୍ରଙ୍କ ଅବଦାନ ଅତୁଳନୀୟ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱର୍ଗତ ବିଜୟ ମିଶ୍ରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । ଏଥିସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସବବେଦନା ଜଣାଇଛନ୍ତି ।
ଓଡ଼ିଶାର ଲୋକପ୍ରିୟ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାବସାନ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଆ ସାହିତ୍ୟ ଓ ନାଟ୍ୟ ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ ଜଗତରେ ଏକ ଅପୁରଣୀୟ କ୍ଷତି ହୋଇଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) April 26, 2020
Comments are closed.