Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ଅନ୍ତର୍ନିହିତ ଗୁଣ ବିକାଶ ପାଇଁ ଫ୍ୟାଶନ ଡିଜାଇନର ଦୀନେନ୍ଦ୍ର ସିଂଦେଓଙ୍କୁ ମିଳିଛି ସମୟ

ଭୁବନେଶ୍ୱର: କରୋନା ପାଇଁ ଦେଶରେ ଲକ୍‌ଡାଉନ ପରିସ୍ଥିିତି ସୃଷ୍ଟି ହୋଇଥିବାରୁ ସମସ୍ତେ ଏବେ ଘରେ ରହୁଛନ୍ତି । ଅଫିସର କାମ ହେଉଛି କିନ୍ତୁ ଘରେ ରହି କରିବାକୁ ପଡୁଛି । ସ୍କୁଲ ପକ୍ଷରୁ ଅନଲାଇନ ପାଠପଢା ହେଉଛି । ନିୟମିତ କରୁଥିବା କାମର ଧାରା ବଦଳାଇ ଦେଇଛି ଲକ୍ ଡାଉନ । ତେବେ ଘରେ ରହି କିଏ କେମିତି ସମୟ ବିତଉଛନ୍ତି ତାହା ଜାଣିବା ପାଇଁ ଆମର ଏହି ସ୍ୱତନ୍ତ୍ର ସେଗ୍ ମେଣ୍ଟ ଲକ ଡାଉନ ଡାଏରୀ ।

ସାଧାରଣତଃ ପ୍ରତିଦିନ ସକାଳ ବ୍ୟାୟାମ କରିବା ସମ୍ଭବ ହେଉ ନ ଥିଲା । ଦିନ ସାରାର କାମ, ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଗପସପ ଓ ରାତିରେ ଘରକୁ ଫେରିବା । ଏ ଥିଲା ଭୁବନେଶ୍ୱରର ଓଡିଆ ଫ୍ୟାଶନ ଡିଜାଇନର ଦୀନେନ୍ଦ୍ର ପ୍ରତାପ ନିତି ଦିନର କାମ । କିନ୍ତୁ ଏବେ ଦେଶବ୍ୟାପୀ ଲକ୍ ଡାଉନ ଏସବୁ ରୁଟିନରେ ପରିବର୍ତ୍ତନ ଆଣିଦେଇଛି ।

ଏ ନେଇ ଦୀନେନ୍ଦ୍ର କହନ୍ତି, ‘ପ୍ରଥମେ ପ୍ରଥମେ ମତେ ଏହା ଛୁଟି ଦିନ ଭଳି ଲାଗିଲା । କିନ୍ତୁ ଘରେ ରହି କିଛି ନ କରିବା ଟିକେ ଅଡୁଆ ଲାଗିଥିଲା । ବ୍ୟସ୍ତ ବିବ୍ରତ ଲାଗିଲା । ତେଣୁ ଯୋଗ କରିବା ଆରମ୍ଭ କଲି । ଜଣେ ସାଙ୍ଗର ପରାମର୍ଶ କ୍ରମେ ଯୋଗର ବିଭିନ୍ନ ମୁଦ୍ରା ଶିଖିଗଲିଣି । ଅଳ୍ପ ଅଳ୍ପ କରି ବ୍ୟାୟାମ ଆମ ଶରୀରରେ କୌଣସି କ୍ଷତି ପହଞ୍ଚାଏ ନାହିଁ । ’

ତେବେ ଏହି ଯୋଗ କରିବା ବେଳେ ତାଙ୍କ ସାଙ୍ଗରେ ଥାନ୍ତି ତାଙ୍କ ୧୧ ବର୍ଷର ଝିଆରୀ । ଦୁଇ ଜଣ ମିଶିି ବହୁ ସମୟ ଧରି ଯୋଗ କରନ୍ତି ।

ପିଲାଟି ବେଳରୁ ଜଣେ ସେଫ୍ ହେବା ପାଇଁ ଲକ୍ଷ୍ୟ ରଖିଥିବା ଦୀନେନ୍ଦ୍ର ଫ୍ୟାଶନ ଡିଜାଇନରର କ୍ୟାରିଅର ବାଛିବା ପରେ ଏଥିରୁ ଦୂରେଇ ଯାଇଥିଲେ । ଏବେ ଲକ୍ ଡାଉନ ପିରିୟଡରେ ସେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରୁଛନ୍ତି । ତାଙ୍କ ପସନ୍ଦିତ ଆଳୁ ପରଟା, ଓମଲେଟ୍‌, ଗୁଲାବ ଜାମୁନ ଓ ସମସ୍ତଙ୍କ ପ୍ରିୟ ଗୁପଚୁପ୍ ତିଆରି କରିସାରିଲେଣି । ସବୁଗୁଡିକ ବହୁତ ଟେଷ୍ଟି ହୋଇଥିବା ସେ କହିଛନ୍ତି ।

କେବଳ ଏତିକି ନୁହେଁ ସେ ଡାଲଗୋନା କଫି ମଧ୍ୟ ବନାଇ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରିଛନ୍ତି । ଯାହା ହିଟ୍ ହୋଇଛି ।

ଏସବୁ ପରେ ପ୍ରତିଦିନ ସେ କିଛି ସମୟ ବହି ପଢିବା ସହିତ ନେଟ୍‌ଫ୍ଲିକ୍ସରେ ମନପସନ୍ଦର ଫିଲ୍ମ ଦେଖୁଥିବା କହିଛନ୍ତି । କିନ୍ତୁ ଲକ୍ ଡାଉନ ଖୋଲିବା ପରେ ସ୍ୱାଭାବିକ ଜୀବନ ଯାତ୍ରାକୁ ଫେରିବା ପରେ ମଧ୍ୟ ସେ ଯୋଗ ଓ ରୋଷେଇ ଜାରି ରଖିବେ ବୋଲି ଦୀନେନ୍ଦ୍ର କହିଛନ୍ତି ।

ସମୟ ମିଳିଛି ବୋଲି ସମୟ ନଷ୍ଟ ନ କରି ଏହାର ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.