ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟ୍କୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ ଆଉ କିଛି କୁ ନେଇ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ଏପରିକି ବଜେଟ୍ର ରୂପରେଖ କିଭଳି ହୋଇଥାନ୍ତା ତାହା ମଧ୍ୟ ସେ ଦର୍ଶାଇଛନ୍ତି ।
ଅର୍ଥମନ୍ତ୍ରୀ ବଜେଟ୍ରେ ଆଣିଥିବା କୃଷି ରେଳ, କୃଷି ଉଡାଣ, ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ, ବ୍ୟାଙ୍କ ଜମା ଗ୍ୟାରେଂଟି, ଶିକ୍ଷାରେ ଏଫ୍ଡିଆଇ ଓ ନୂଆ ଶିକ୍ଷାନୀତିକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । କୃଷି ବଜେଟ୍ ଦ୍ୱାରା କୃଷି କ୍ଷେତ୍ରରେ ପ୍ରଗତି ଆସି ପାରିବ ବୋଲି ନବୀନ କହିଛନ୍ତି ।
ଅନ୍ୟପଟେ ୬ଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଅନୁଦାନ ବଢ଼ିନାହିଁ ବୋଲି କହିଛନ୍ତି ନବୀନ । ନୂଆ ବଜେଟ୍ରେ କେନ୍ଦ୍ରୀୟ ଟିକସରେ ୩ ହଜାର କୋଟି ଟଙ୍କା କ୍ଷତି ସହିବ ଓଡ଼ିଶା । ଚଳିତ ବଜେଟ୍ରେ ଓଡ଼ିଶାର ଐତିହାସିକସ୍ଥଳୀର ଉନ୍ନତି ପାଇଁ ପ୍ରସ୍ତାବ ନାହିଁ । ଜାତୀୟ ଆଦିବାସୀ ମ୍ୟୁଜିୟମର ହକଦାର ଓଡ଼ିଶା ଥିବା ବେଳେ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ବୋଲି ନବୀନ କହିଛନ୍ତି ।
ସେହିପରି ଶୁଳ୍କ କ୍ଷେତ୍ରରେ ଡିଭିଡେଂଟ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ ବଦଳରେ କନ୍ସେସ୍ନାଲ କମେଂଟ ଟ୍ୟାକ୍ସ ଘୋଷଣା କରାଯାଇଛି । ତେବେ ଏଥିରେ ଓଡ଼ିଶା ପାଇଁ ଶୁଳ୍କ ରିହାତି ସମ୍ପ୍ରସାରଣ ଲାଗି ନବୀନ ନିବେଦନ କରିଛନ୍ତି । ଓଡ଼ିଶାର ବଜେଟ୍ ୩୬୦୦ କୋଟି ଥିବା ବେଳେ କେନ୍ଦ୍ରର ୧୧,୫୦୦ କୋଟି ଟଙ୍କା ରହିଛି । ତେଣୁ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି । ବଜେଟ୍ ପରେ ସେନ୍ସେକ୍ସ ଖସିବା ଚିନ୍ତା ଜନକ ବିଷୟ ବୋଲି ନବୀନ କହିଛନ୍ତି ।
BREAKING NEWS
- ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ;ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ
- କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍ଯାପିତ; ଫଟୋଚିତ୍ର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶୀ ଗବେଷକଙ୍କ ଭିଡ଼
- International Buddhist Conference: ହୀରକ ତ୍ରିଭୁଜରେ ଆୟୋଜିତ ହେବ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ;ଜାନୁଆରୀ ୧୧ ରୁ ୧୬ ତାରିଖ…
- କେନ୍ଦ୍ର ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ; ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ
- ମେଗା ‘ଶିଶିର ସରସ-୨୦୨୬’ ଉଦ୍ଘାଟିତ; ସ୍ଥାନୀୟ ଉତ୍ପାଦ କ୍ରୟ କରି ‘ଭୋକାଲ୍ ଫର୍ ଲୋକାଲ୍’କୁ ସାକାର କରିବାକୁ ଆହ୍ୱାନ
- Ayodhya Ram Mandir: ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା; କାଶ୍ମୀରୀ ବ୍ୟକ୍ତି ଅଟକ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫ ହଜାର ୫୦୦ରୁ ଅଧିକ ପ୍ରତିଯୋଗୀ
- ସୋମନାଥ ସ୍ୱଭିମାନ ପର୍ବ ଅବସରରେ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶିବଙ୍କ ବିରାଟ ପ୍ରତିକୃତି
- Arms consignment seized:ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ; ପାକ୍ ଡ୍ରୋନ ଦ୍ୱାରା ଆସିଥିବା ଅସ୍ତ୍ରଶସ୍ତ୍ର ଜବତ
- କୋଚ ଜନ ଜେଲେଞ୍ଜିଙ୍କ ସହ ସମ୍ପର୍କ ଚ୍ଛିନ୍ନ କଲେ ନୀରଜ ଚୋପ୍ରା
Comments are closed.