Latest Odisha News

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ଅଞ୍ଚଳ ବାସୀଙ୍କ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ବପ୍ନ ପୂରଣ ହୋଇଥିବା କୁହାଯାଉଛି।

ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର । ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।

ଏହାପରେ ମୁଖ୍ୟମନ୍ତ୍ରୀ ବି.ଏନ୍‌ ହାଇସ୍କୁଲର ପ୍ଲାଟିନମ ଜୁବ୍‌ଲିରେ ଯୋଗ ଦେଇଛନ୍ତି । ସେଠାରୁ ଆନନ୍ଦପୁରର ମିନି ଷ୍ଟାଡିଅମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.