Latest Odisha News

BREAKING NEWS

ଜୋ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ହେବା ପରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜନାଦେଶ ସେମାନଙ୍କ ସପକ୍ଷରେ ଯାଇଛି । ଏଥିପାଇଁ ନବନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ।

ନବୀନ ଆଶାବ୍ୟକ୍ତ କରିଛନ୍ତି ସେମାନଙ୍କର କାର୍ଯ୍ୟକାଳରେ ଭାରତ-ଆମେରିକା ସମ୍ପର୍କ ଅଧିକ ସୁଦୃଢ଼ ହେବ । ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ ଭାବରେ ବିଶ୍ୱର ବିକାଶ ଦିଗରେ କାମ କରନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.