Latest Odisha News

BREAKING NEWS

ଗୁମାସ୍ତାଙ୍କ ପ୍ରାୟୋଜିତ ଇଣ୍ଟରଭ୍ୟୁ: ସମୀର

ଭୁବନେଶ୍ବର: ନବୀନଙ୍କ ସାକ୍ଷାତକାରକୁ ପ୍ରାୟୋଜିତ କହିଲେ ସମୀର ମହାନ୍ତି । ମାଡ଼ରୁ ବର୍ତ୍ତିବାକୁ ଗୁମାସ୍ତାଙ୍କର ଏହା ପ୍ରାୟୋଜିତ ବୋଲି କହିଛନ୍ତି ସମୀର । ସେପଟେ ବିଜେପିକୁ କ୍ଷମତାକୁ ଆଣିବାକୁ ଲୋକ ମାନସିକ ପ୍ରସ୍ତୁତ ହୋଇସାରିଲେଣି ।ମାଡ଼ରୁ ବର୍ତ୍ତିବାକୁ ଏଭଳି ପ୍ରାୟୋଜିତ ଇଣ୍ଟରଭ୍ୟୁ ବ୍ୟବସ୍ଥା କରିଛନ୍ତି ଗୁମାସ୍ତା ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି ।

ସମୀର ମହାନ୍ତି କହିଛନ୍ତି, ଓଡିଶାରେ ସମସ୍ତେ ଜାଣିଛନ୍ତି ବିଜେଡି ସରକାରର ବର୍ତମାନ ସ୍ଥିତି କଣ ଅଛି । ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରଚାର କରିବାକୁ ଗଲା ବେଳେ ତାମିଲ ବାବୁ ମାଇକ ଧରୁଛନ୍ତି । ଏହାଦ୍ବାରା ଓଡିଶା ଲୋକଙ୍କ ସମ୍ନାନ ହାନି ହେଉଛି । ଓଡିଶାର ଏଭଳି ସ୍ଥିତି ଦେଖି  ଓଡିଶାବାସୀ ଜାଣିସାରିଲେଣି ଏଥର ବିଜେପି ସରକାର ଆସିବ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଏଏନଆଇକୁ ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି କହିଛନ୍ତି । ଉପସ୍ଥାପିକା ଜଣଙ୍କ ବିଜେଡି ନେତା ପାଣ୍ଡିଆନ କ’ଣ  ଆପଣଙ୍କ ଉତ୍ତରାଧିକାରୀ ପଚାରିବାରୁ ଏହାକୁ ମଧ୍ୟ ଭିତ୍ତିହୀନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି ।

ମୋ ଉତ୍ତରାଧିକାରୀ କିଏ ହେବ ତାହା ଓଡିଶାବାସୀ ସ୍ଥିର କରିବେ । ଏହାସହ ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ ।  ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ପାଇବୁ ବୋଲି କହିଛନ୍ତି ନବୀନ ।

ଏହା ସହିତ ସ୍ବାସ୍ଥ୍ୟ ପ୍ରସଙ୍ଗରେ  ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି । ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟାବସ୍ଥା ପୁରା ଭଲ ଅଛି। ବିରୋଧୀମାନେ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି ।

Comments are closed.