Latest Odisha News

BREAKING NEWS

ଶିଶୁ ଦିବସରେ ୪ଟି ଜିଲ୍ଲାର ୧୩୮ ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଆଜି ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବୌଦ୍ଧ ଜିଲ୍ଲାରେ ୧୦ଟି ହାଇସ୍କୁଲ, ସୋନପୁରରେ ୧୧ଟି ହାଇସ୍କୁଲ, ଭଦ୍ରକରେ ୧୭ଟି ହାଇସ୍କୁଲ, କେନ୍ଦୁଝରରେ ୧୦୦ଟି ହାଇସ୍କୁଲ ରୂପାନ୍ତରିତ ହେବ। ସନ୍ଧ୍ୟା ୫ଟା ୩୦ରେ ଭର୍ଚୁଆଲ ମୋଡ଼ ମାଧ୍ୟମରେ ଉଦଘାଟନ କରାଯିବ।

ହାଇଟେକ୍ ହେଉଛି ହାଇସ୍କୁଲ। ବଦଳୁଛି ସ୍କୁଲର ନକ୍ସା। ୫ଟି ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ରୂପରେଖ। ନୂଆ ରୂପରେ ସ୍କୁଲ, ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀ, କମ୍ପ୍ୟୁଟର ଲ୍ୟାବ ଆଦି ହେଉଛି। ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ା ହେଉଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତି ପିଲାଙ୍କ ଭିତରେ ବିପୁଳ ସମ୍ଭାବନା ରହିଛି। ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ବିକଶିତ ହେଉ ତାହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି।

Comments are closed.