Latest Odisha News

BREAKING NEWS

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର: ବୁଧବାର ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ରାଜ୍ୟର ସଂପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ପଡ଼ି ରହିଥିବା କାମକୁ ଶୀଘ୍ର ଶେଷ କରିବା ଉପରେ ଜୋର ଦେବେ।

ତେବେ ନବୀନ କେଉଁ କେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ବୋଲି ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୪ ଦିନିଆ ଗସ୍ତ ଶେଷ କରି ୧୩ ତାରିଖରେ ଭୁବନେଶ୍ବର ଫେରିଆସିବେ ନବୀନ ପଟ୍ଟନାୟକ।

Comments are closed.