Latest Odisha News

BREAKING NEWS

ଜୀବନ ରଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା , ସେ କାହାଠାରୁ ନିଜର ନିନ୍ଦା ଶୁଣି ପାରେ ନାହିଁ । ଯଦି କେହି ତାର ବିଷୟରେ ଖରାପ କହୁଛନ୍ତି, ତେବେ ସେ ସହ୍ୟ କରି ପାରିବ ନାହିଁ । ବାସ୍ତବରେ ଏହି କାରଣରୁ ନିଜକୁ ଆଘାତ କରିବା ଠିକ୍ କ ନୁହେଁ । କାରଣ ତୁମ ବିଷୟରେ ଯିଏ ବେଶୀ ସମାଲୋଚନା କରୁଛି, ସେ ତୁମ ଠାରୁ ଦୁଇପାଦ ପଛରେ ଅଛି ।

ସେମାନେ କ’ଣ କହୁଛନ୍ତି, ସେଥିପ୍ରତି ବିଚଳିତ ନ ହୋଇ ତୁମେ କରିଥିବା କାର୍ଯ୍ୟ ଠିକ୍‌ ଅଛି କି ନାହିଁ ପରଖ । ଜୀବନର ରଥ ପଛକୁ ନୁହେଁ, ଆଗକୁ ହିଁ ଚାଲିବ । ତେଣୁ ପଛକୁ ଦେଖିବା ବନ୍ଦ କଲେ, ଆମେ ଆମ ଜୀବନରେ ସଫଳତା ପାଇବା । ଜୀବନରେ ସମସ୍ତେ ଭୁଲ୍ କରନ୍ତି, କିନ୍ତୁ ତାକୁ ସୁଧାରିବା ଆମର କର୍ତ୍ତବ୍ୟ । ମୋର ପୋଷାକଟି ସଫା ଅଛି, କିନ୍ତୁ ତାର ପୋଷାକରେ କାଦୁଅ । ଆମେ ସେହି କାଦୁଅ ପୋଷାକକୁ ସଫା
କରିବାକୁ ଚେଷ୍ଟା କରିବା, ସେଇଟା ଆମର ଗୁରୁ ଦାୟିତ୍ୱ । ଆମର ଭୁଲକୁ ଅନୁତାପ ନକରି, ସଂଶୋଧନ କରିବାକୁ ଚେଷ୍ଟା କରିବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆମେ ସେହି ଭୁଲରୁ କ’ଣ ଶିକ୍ଷା କଲେ? ଯିଏ ଜୀବନରେ କୌଣସି ଭୁଲ କରିନାହାଁନ୍ତି, ସେ କେବେ ବି କିଛି ନୂଆ କରିବାକୁ ଚେଷ୍ଟା କରିନାହାଁନ୍ତି । ଏହି ଭୁଲ ହେଉଛି; ତୁମର ସବୁଠାରୁ ବଡ ଶିକ୍ଷକ ।

ଏହା ଦ୍ୱାରା ଦୁଃଖିତ ହେବା ଉଚିତ୍ ନୁହେଁ । ଅନୁତାପ କର ନାହିଁ, ବରଂ ଭୁଲକୁ ସନ୍ତାନ କରିବାକୁ ଶିଖିବା ଉଚିତ୍ । ଯଦି ଭୁଲରୁ କିଛି ଶିଖିଲେ, ଜୀବନରେ ଆଗକୁ ବଢିବାର ମାର୍ଗ ପ୍ରଶସ୍ତ ହେବ । ଜଳଠାରୁ ଅଧିକ ମୂଲ୍ୟବାନ କ୍ଷୀର । ବର୍ତ୍ତମାନ ଯଦି ଆମେ କ୍ଷୀରରୁ ଦହି ପ୍ରସ୍ତୁତ କରିବା, ତେବେ ଦହିର ମୂଲ୍ୟ ଏବଂ ବୟସ ଆଉ ଟିକିଏ ବଢିଯିବ । ଯଦି ଆମେ ଦହିରୁ ଲହୁଣୀ ତିଆରି କରିବା , ତେବେ ଏହାର ବୟସ ଆଉ କିଛି ସପ୍ତାହ ବଢିଯିବ ଏବଂ ମୂଲ୍ୟ ମଧ୍ୟ ବଢିଯିବ । ଯଦି ଏହି ଲହୁଣୀରୁ ଘିଅ ପ୍ରସ୍ତୁତ କରିବା, ତାହାହେଲେ ଘିଅ ବର୍ଷ ବର୍ଷ ଧରି ରହିବ । ଏହାର ମୂଲ୍ୟ ଲହୁଣୀଠାରୁ ଅଧିକ ।

ଏଗୁଡ଼ିକର ମୂଳ ହେଉଛି କ୍ଷୀର । ତେବେ ସେମାନଙ୍କ ଜୀବନ ବୟସ ଏବଂ ମୂଲ୍ୟ ମଧ୍ୟରେ କାହିଁକି ଏପରି ପାର୍ଥକ୍ୟ ଅଛି? କ୍ଷୀରରୁ ଦହି ହେବାର ସହଯୋଗୀ ଲେମ୍ବୁ ବା ଖଟା ପଦାର୍ଥ । ଦହିରୁ ଲହୁଣୀରେ ପରିଣତ ହେବା ପାଇଁ ବିଲୋନ ଆଘାତ ପାଇଲା । ଏବଂ ଲହୁଣୀ ଘଣ୍ଟା ଘଣ୍ଟା ଗରମ ହେଲା । ତା’ପରେ ତାର ବୟସ ବଢିଗଲା, ଏବଂ ସେଥିରୁ ଘିଅ ପ୍ରସ୍ତୁତ ହେଲା । ତ\’ପରେ ତାର ମୂଲ୍ୟ ବଢ଼ିଗଲା । ବର୍ତ୍ତମାନ ଆମେ ସମସ୍ତେ କ୍ଷୀର ସମାନ । କିନ୍ତୁ କେବଳ ଯେଉଁମାନେ ଅସୁବିଧାର ସ୧ୁଖୀନ ହୁଅନ୍ତି, ସେମାନେ ମହାନ୍ ହୁଅନ୍ତି, ତା ନୁହେଁ । ଯେଉଁମାନେ ସଙ୍କଟର ସମ୍ମୁଖୀନ ହୁଅନ୍ତି, ସେମାନେ ଏହି ଆହ୍ୱାନଗୁଡ଼ିକୁ ଦୂର କରନ୍ତି । ଯଦି ଆମେ ଏସବୁ କରିବା ତେବେ ଆମେ ଜୀବନରେ ଆଗକୁ ବଢିବା । ସେତେବେଳେ ଆମର ଖ୍ୟାତିର ବୟସ ମଧ୍ୟ ବଢିଯିବ ଏବଂ କେବଳ ଏହି ସଂସାର ଆମ୍ଭମାନଙ୍କୁ ଗୁରୁତ୍ୱ ଦେବ ।

Leave A Reply

Your email address will not be published.