ଭୁବନେଶ୍ୱର: ବିଜେପି ଲାଗି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି । ମାତ୍ର ଆଞ୍ଚଳିକ ଦଳ ତଥା ଶାସକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଜେ ଷ୍ଟାର ପ୍ରଚାରକ ହୋଇଛନ୍ତି । ଏପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାଗୁଡ଼ିକୁ ନବୀନ ନିଜେ ଗସ୍ତ କରି ନିଜ ଦଳର ପ୍ରାର୍ଥୀ ମାନଙ୍କ ଲାଗି ପ୍ରଚାର କରିସାରିଛନ୍ତି । ନବୀନଙ୍କ ସବୁ ନିର୍ବାଚନୀ ସଭା ତଥା ରୋଡ଼ ଶୋ’ରେ ପ୍ରବଳ ଜନସମାବେଶ ପରିଲକ୍ଷିତ ହେଉଛି । ନବୀନଙ୍କ ମାରାଥନ ନିର୍ବାଚନୀ ସଭାଗୁଡ଼ିକରେ ବିଶାଳ ଜନତା ନବୀନଙ୍କ ସହିତ ସ୍ୱର ମିଳାଇ ସ୍ଲୋାଗନ ଦେଉଥିବାର ଦେଖାଯାଇଛି ।
ଆଜି ଓଡ଼ିଶାରେ ଅନୁÂିତ ହେଉଥିବା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ଲାଗି ଶେଷ ଦିବସ । ଏହି ପରିପ୍ରେକ୍ଷୀରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାଠାରେ ମାରଥନ୍ ପ୍ରଚାର କରିବେ ଶନିବାର ଦିନ ।
କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି, ମାହାଙ୍ଗା, ମହାକାଳପଡ଼ା ଆଦି ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶାଳ ନିର୍ବାଚନୀ ସଭାରେ ଯୋଗଦାନ କରିବା ସହିତ ପଟ୍ଟାମୁଣ୍ଡାଇର ତିନିମୁହାଣୀ, ଆଳିଠାରେ ରୋଡ଼ ଶୋ’ କରିବେ ।
ସେହିପରି ଟାଙ୍ଗୀଠାରେ ନବୀନ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
Comments are closed.