Latest Odisha News

BREAKING NEWS

ନୀତୀଶଙ୍କୁ ଲାଗିପାରେ ଝଟକା, କୁଶଓ୍ୱା ଦଳ ଛାଡିବା ନେଇ ବଢ଼ିଲା ଚର୍ଚ୍ଚା

ପାଟଣା: ବିହାରର ଜନତା ଦଳ ୟୁନାଇଟେଡରେ ବଡ ଗଡବଡ ହୋଇପାରେ। ଦଳର ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱା ଦଳ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ପଟେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମାଧାନ ଯାତ୍ରା କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଦଳରେ ତାଙ୍କର ପ୍ରମୁଖ ସହଯୋଗୀ ଦଳ ଛାଡ଼ିବା ନେଇ ଚର୍ଚ୍ଚା ବଢିବା ପରେ ବିହାର ରାଜନୀତି ସରଗରମ ହୋଇଛି।

ତେବେ ଉପେନ୍ଦ୍ର କୁଶୱା ଜେଡିୟୁ ଛାଡି ପାରନ୍ତି ବୋଲି କଳ୍ପନା ଜଳ୍ପନ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର କହିଛନ୍ତି ଯେ ତାଙ୍କ ସହ କୁଶଓ୍ୱା କଥା ହେବା ଦରକାର। କୁଶୱାଙ୍କୁ ଦଳ ଛାଡିବା ବିଷୟରେ କଳ୍ପନା ଜଳ୍ପନା ବିଷୟରେ ଗଣମାଧ୍ୟମ ପ୍ରତିନିଧି ନୀତୀଶଙ୍କୁ ପଚାରିଥିସଲେ ଏହି ସମୟରେ ସେ ନୀତୀଶ ଥଟ୍ଟା କରିବା ଭଳି ଢଙ୍ଗରେ କହିଥିଲେ ଯେ ଦୟାକରି ଉପେନ୍ଦ୍ର କୁଶୱାଙ୍କୁ ତାଙ୍କ ସହ କଥା ହେବାକୁ ଅପିଲ୍ କରିଥିଲେ।

ଗୟା ଜିଲ୍ଲାରେ ନୀତୀଶ କୁମାର ‘ସମାଧାନ ଯାତ୍ରା’ ବେଳେ କହିଥିଲେ ଯେ ପ୍ରତ୍ୟେକଙ୍କର ନିଜର ରାସ୍ତା ବାଛିବାର ଅଧିକାର ଅଛି। କୁଶୱା ଥରେ ନୁହେଁ ଅନେକ ଥର ଅଲଗା ହୋଇ ତା’ପରେ ଫେରି ଆସିଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ସେ ଆଗ ସୁସ୍ଥ ହୋଇ ଫେରି ଆସନ୍ତୁ। ଏହାପରେ ସେ ତାଙ୍କ ସହିତ କଥା ହେବେ।

ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସ ରେ କିଛି ବିଜେପି ନେତାଙ୍କ ସହ କୁଶୱାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁଶୱା ଦୁଇ ବର୍ଷ ପୂର୍ବେ ତାଙ୍କର ରାଷ୍ଟ୍ରିୟ ଲୋକ ସମତା ପାର୍ଟି (ଆରଏଲଏସପି) କୁ ଜେଡିୟୁ ସହିତ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଜେଡିୟୁ ସଂସଦୀୟ ବୋର୍ଡର ମୁଖ୍ୟ କରାଯାଇଥିଲା ଏବଂ ବିଧାନ ପରିଷଦର ସଦସ୍ୟ ମଧ୍ୟ ହୋଇଥିଲେ। ହେଲେ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ କାହିଁକି ଦୂରେଇ ଗଲା ଭଳି ପରିସ୍ଥିତି ଉପୁଜିଛି ବା ଉପେନ୍ଦ୍ର କାହିଁକି ଦଳ ଛାଡିବା ନେଇ ଚର୍ଚ୍ଚା ବଢିଛି ସେ ନେଇ କାରଣ ସ୍ପଷ୍ଟ ହୋଇନାହିଁ।

 

Leave A Reply

Your email address will not be published.