Latest Odisha News

BREAKING NEWS

ଏହି ଦିନ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍‌, ଦାମ କେତେ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱେଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। ଶନିବାର କମ୍ପାନୀର ଚେୟାରମ୍ୟାନ୍ ତଥା ଏମ୍‌ଡି କୃଷ୍ଣା ଇଲା ଏହି ସୂଚନା ଦେଇଛନ୍ତି।

ମଧ୍ୟପ୍ରଦେଶ ଭୋପାଳର ମୌଲାନା ଆଜାଦ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ(MANIT)ରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ବିଜ୍ଞାନ ପର୍ବ(IISF)ରେ ଯୋଗ ଦେଇ ଇଲା ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ବର୍ତ୍ତମାନ ଗାଈଗୋରୁଙ୍କ ଠାରେ ଦେଖାଯାଉଥିବା ଲମ୍ପି ରୋଗର ନିବାରଣ ପାଇଁ ଭ୍ୟାକ୍ସିନ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଲମ୍ପି ଭ୍ୟାକ୍ସିନ ଲଞ୍ଚ୍ କରିବ ବୋଲି ଇଲା କହିଛନ୍ତି।

IISFରେ ଯୋଗ ଦେଇ ବୈଜ୍ଞାନିକଙ୍କୁ ସମ୍ବୋଧନ କରି ଇଲା କହିଛନ୍ତି “ ଜାନୁଆରୀ ୨୬ ଗଣତନ୍ତ୍ରର ଦିନରେ ଆମ ଭ୍ୟାକ୍ସିନ ଅଫିସିଆଲି ଲଞ୍ଚ୍ ହେବ।”

ସୂଚନା ଥାଉକି ଗତବର୍ଷ ଡିସେମ୍ବର ମାସରେ ଭାରତ ବାୟୋଟେକ୍ କମ୍ପାନୀ କୋଭିଡ୍‌-୧୯ ଇଣ୍ଟ୍ରନାସାଲ ଭ୍ୟାକ୍ସିନ ଲଞ୍ଚ କରିବା ନେଇ ସୂଚନା ଦେଇଥିଲା। ତା ସହିତ ଏହାର ମୂଲ୍ୟ ବିଷୟରେ ମଧ୍ୟ ଘୋଷଣା କରାଯାଇଥିଲା। କମ୍ପାନୀର ଘୋଷଣା ଅନୁସାରେ ଏହି ନାଜାଲ୍ ଭ୍ୟାକ୍ସିନ୍‌ର ସରକାରୀ ମୂଲ୍ୟ ଡୋଜ୍‌ ପ୍ରତି ୩୨୫ ଟଙ୍କା ହେବ ଓ ଘରୋଇ ହସ୍‌ପିଟାଲ୍‌ରେ ଏହା ୮୦୦ ଟଙ୍କାରେ ମିଳିବ ବୋଲି କମ୍ପାନୀ ଘୋଷଣା କରିଥିଲା।

 

Leave A Reply

Your email address will not be published.