ଭୁବନେଶ୍ୱର: ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ ।
ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଆଜି ଦିନରେ ବ୍ରିଟିଶ ସରକାର ଫାଶୀ ଦେଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କ ବଳିଦାନକୁ ମନେ ପକାଇ ସହିଦ ଦିବସ ପାଳନ କରାଯାଉଛି ।
On #ShaheedDiwas, my homage to great revolutionaries, #BhagatSingh, #Sukhdev & #Rajguru who laid down their lives for the freedom of our country. Their selfless sacrifices for our motherland continue to inspire us. pic.twitter.com/MoCF3iCSM7
— Naveen Patnaik (@Naveen_Odisha) March 23, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି । ଆମ ଜନ୍ମମାଟି ପାଇଁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଦେଇଥିବା ବଳିଦାନ ଆମ୍ଭମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.