Latest Odisha News

BREAKING NEWS

ବୁର୍ଲା ଭୀମସାରରେ ରାଗିଂ ଘଟଣାରେ ୧୮ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ବୁର୍ଲା ଭୀମସାରରେ ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ହୋଇଛି । ଆଣ୍ଟିଂ ରାଗିଂ କମିଟିର ତଦନ୍ତ ଓ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ଏହାସହ ରାଗିଂ କରିଥିବା ସିନିୟର ଛାତ୍ରଙ୍କୁ ଓ୍ୱାର୍ଣ୍ଣିଂ ଲେଟର ଜାରି କରାଯାଇଛି । ଏହାସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ଭୀମସାର କର୍ତ୍ତୃପକ୍ଷ ।

କିଛି ଦିନ ତଳେ ଭୀମସାରରେ ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ନେଇ ଅଭିଯୋଗ ହୋଇଥିଲା । ଚତୁର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତିରେ ହଷ୍ଟେଲରେ ପଶି ୬ ଜଣ ଛାତ୍ରଙ୍କୁ ଗାଳିଗୁଳଜ କରିବା ସହ ନିସ୍ତୁକ ପିଟିଥିବା ନେଇ ଅଭିଯୋଗ ହୋଇଥିଲା ।

 ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଭୀମ୍‌ସାର ଡିନ୍‌ । ଆଣ୍ଟି ରାଗିଂ ସେଲ୍‌ ଅଭିଯୋଗର ତଦନ୍ତ କରିଥିଲା । କେମିତି ଓ କେଉଁ ପରିସ୍ଥିତିରେ ମେଡିକାଲ୍‌ କଲେଜ ହଷ୍ଟେଲରେ ରାଗିଂ ହୋଇଥିଲା ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା ୧୦ ଜଣିଆ କମିଟି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

Leave A Reply

Your email address will not be published.