ଭୁବନେଶ୍ୱର: କେନ୍ଦ୍ରାପଡାର ବିଧାୟକ ଓ ସରପଂଚ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାରେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଗକୁ ସତର୍କ ରହି ଲଢେଇ ଜାରି ରଖିବାକୁ ସରପଂଚ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ରାପଡାର ପ୍ରତି ବ୍ଳକକୁ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କରୋନା ପରିଚାଳନାରେ କେନ୍ଦ୍ରାପଡା ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଦ୍ୟ ସୁରକ୍ଷାରୁ ବଂଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରାସନ କାର୍ଡ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.