Latest Odisha News

BREAKING NEWS

ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନଶୁଣାଣି ସମୟରେ କଟକ ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କରିଛନ୍ତି।

ବିଦ୍ୟାଳୟର ଶିକ୍ଷକମାନେ ଜନଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଏପର୍ଯ୍ୟନ୍ତ ପ୍ରଧାନଶିକ୍ଷୟିତ୍ରୀ ପଦରେ କେହି ନିଯୁକ୍ତି ପାଇନଥିବାରୁ ସେମାନଙ୍କୁ ୩ ମାସ ହେଲା ଦରମା ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ସମାଧାନ ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜନଶୁଣାଣିରେ ଯୋଗ ଦେଇଥିବା ପ୍ରାୟ ୧ ହଜାର ଲୋକଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶୁଣିଥିଲେ। ଦୃଷ୍ଟିହୀନ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ତାଙ୍କ ନିକଟରେ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ।

ଏତଦ ବ୍ୟତୀତ ବିଭିନ୍ନ ସମ୍ପ୍ରଦାୟ, ସଂଗଠନ ଓ ସଂଘର ପ୍ରତିନିଧି ଓ ଭିନ୍ନକ୍ଷମ ମାନେ ମୋହନ ମାଝୀଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ନିଜର ସମସ୍ୟା ଜଣାଇଥିଲେ। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ସେମାନଙ୍କ ସମସ୍ୟା ଶୁଣିବା ସହ ଏହାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.