Latest Odisha News

BREAKING NEWS

ବଜେଟ ପାଇଁ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯିବ ମତାମତ

ଭୁବନେଶ୍ୱର: ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ ପୂର୍ବରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବଜେଟ ପ୍ରସ୍ତୁତ ପୂର୍ବରୁ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇଥାଏ। ବର୍ତ୍ତମାନ ସରକାର ଲୋକଙ୍କ ସରକାର। ତେଣୁ ବଜେଟ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ।

ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ୍‌ ପୋର୍ଟାଲ ଜରିଆରେ ଇ-ମେଲ୍‌, ହ୍ବାଟ୍ସଆପ୍‌, ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ଲୋକଙ୍କଠାରୁ ପରାପର୍ଶ ଆହ୍ୱାନ କରାଯାଇଛି। ଯାହାକି ୱେବ୍‌-ପୋର୍ଟାଲ https://budget.odisha.gov.in/ରେ ଉପଲବ୍ଧ। ଏହି ପରାମର୍ଶଗୁଡ଼ିକ ଇ-ମେଲ୍‌ ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ।

ସେହିପରି, ବଜେଟ୍‌ ସମ୍ବନ୍ଧୀୟ ମତାମତ ହ୍ବାଟ୍ସଆପ୍‌ ମାଧ୍ୟମରେ (+୯୧)୯୪୩୮୧୬୧୧୧୧ ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ। ଏହି ସୁବିଧା ୨୦ ଜୁନ୍‌ରୁ ୫ ଜୁଲାଇ ପର୍ଯ୍ୟନ୍ତ ଉପଲବ୍ଧ ରହିବ।

ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅନୁରୋଧ କରାଯାଉଛି ଯେ, ଏହି ସ୍ବତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Comments are closed.