Latest Odisha News

BREAKING NEWS

ଜାପାନରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କଲେ ନବୀନ, ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ଡିଜିଟାଲ୍ ଗଭର୍ଣ୍ଣାସକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର କ୍ୟୋଟୋରୁ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ନବୀନ ଜାପାନ ଯାଇଛନ୍ତି । ଜାପାନ ଗସ୍ତ ବେଳେ ଓଡ଼ିଶା ଠାରୁ ପ୍ରାୟ ୬ ହଜାର କିଲୋମିଟର ଦୂରରେ କ୍ୟୋଟେରେ ଡିଜିଟାଲ୍ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ବିଦେଶରୁ ଭର୍ଚୁଆଲରେ ପ୍ରଥମ ଥର ପାଇଁ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଉନ୍ନତ ଜ୍ଞାନକୌଶଳ ଆପଣାଇବାରେ ଓଡ଼ିଶା ଆଗୁଆ । ଏହାକୁ 5T ଅଧିକ କ୍ରିୟାଶୀଳ କରିବା ସହ ଲୋକଙ୍କୁ ସେବା ଯୋଗାଇବା ସହଜ କରିଛି । ଉତ୍ତମ ସେବା ଯୋଗାଇବା ଲାଗି ଟେକ୍ନୋଲୋଜିର ବଡ଼ ଭୂମିକା ରହିଛି ।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟେକ୍ନୋଲୋଜି ପାଇଁ ପାଇଁ ଆଉ ଶାରିରୀକ ଉପସ୍ଥିତିର ଆବଶ୍ୟକତା ନାହିଁ । ଓଡ଼ିଶା ସରକାରଙ୍କ OSWAN ମଧ୍ୟ ଟେକ୍ନୋଲୋଜିକୁ ଆପଣାଇଛି । ଫଳରେ ଉପସ୍ଥିତି ନଥିଲେ ମଧ୍ୟ ଉଚିତ୍ ସମୟରେ ସେବା ଯୋଗାଇ ଦିଆଯାଇ ପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି ।

Leave A Reply

Your email address will not be published.