ଭୁବନେଶ୍ବର: ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ସମ୍ପର୍କରେ ପ୍ରସ୍ତାବ ଦେଇଥିବା କହିଛନ୍ତି।
ସେହିପରି ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା, ସହରୀକରଣ ପାଇଁ ମାଷ୍ଟରପ୍ଲାନ ସହାୟତା, ଦକ୍ଷିଣ ଓ ପଞ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି।
ଅପରପକ୍ଷରେ ଗୋପାଳପୁର ଠାରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପ୍ରତିଶତ ପାଇଁ ମଧ୍ୟ ଦାବି କରିଛନ୍ତି। ସେହିପରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ନିବେଦନ କରିଥିବା କରିଛନ୍ତି।
ଏହାବ୍ୟତୀତ ଜଳ ଜୀବନ ମିଶନ ଅଧୀନରେ ଅଧିକ ଅର୍ଥ ଏବଂ ବାକି ପଡ଼ିଥିବା ପ୍ରକଳ୍ପ ଗୁଡ଼ିକର ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରବାକୁ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରାକ୍ ବଜେଟ୍ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ।