Latest Odisha News

BREAKING NEWS

ବରଗଡ଼ରେ କାଳିଆ ଚାଷୀ ମହାସମାବେଶରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ବରଗଡ : ବରଗଡ ଜିଲ୍ଲାରେ ଗୁରୁବାର ଦିନ ଆୟୋଜିତ ଏକ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ଯୋଜନା’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବେ ।

ଏହି ସହାୟତା ରାଶି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ । ଆହୁରି ମଧ୍ୟ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨.୪୫ ଲକ୍ଷ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ଫେବୃୟାରୀ ୧୫ ତାରିଖରେ କେନ୍ଦ୍ରାପଡା ଠାରେ ଆୟୋଜିତ ହୋଇଥିବା ଏକ କୃଷକ ସମାବେଶରେ ଆର୍ଥୀକ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.