Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ଭୁବନେଶ୍ୱରସ୍ଥିତ ବମିଖାଲ ଫ୍ଲାଏଓଭରକୁ ଉଦଘାଟନ କରିବେ ।

ଏହି ଫ୍ଲାଏଓଭରଟିର ନିର୍ମାଣ ୨୦୧୨ ମସିହାରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇ ପୁନଃ ସଂଶୋଧିତ ବ୍ୟୟ ସମୁଦାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଏହି ଫ୍ଲାଏଓଭର୍ ନିର୍ମାଣାଧିନ ସମୟରେ ଏକ ପାଶ୍ୱର୍ ଧସିଯିବା ଫଳରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଥିଲା ।

ଏହି ଫ୍ଲାଏଓଭର ଆପ୍ରୋଚ୍ ରୋଡ଼ ସହିତ ସମୁଦାୟ ୧.୫୪୧ କିଲୋମିଟର ଏବଂ ୭.୫ ମିଟର ଓସାରର ବ୍ରିଜ । ଏହି ଫ୍ଲାଏ ଓଭର୍ ବ୍ରିଜଟି କଟକ ରୋଡ଼ରେ ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ପଥରେ ନିର୍ମିତ ହୋଇଅଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହି ଫ୍ଲାଏଓଭରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.