ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପ୍ରଥମ ଭୂତଳ ଡଷ୍ଟବିନର ଉଦଘାଟନ କରିବେ ।
ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ନଗର ନିଗମ (ବିଏମସି) ବିନାୟକ ଆଚାର୍ଯ୍ୟ କଲେଜ, ଗେଷ୍ଟ ହାଉସ, ଦୁର୍ଗା ଦେବୀ ମନ୍ଦିର ଏବଂ ସର୍କିଟ ହାଉସ ନିକଟରେ ପ୍ରାୟ ୧୭ଟି ସ୍ମାର୍ଟ ଭୂତଳ ଡଷ୍ଟବିନ ସ୍ଥାପନ କରିଛନ୍ତି । ଏଥିପାଇଁ ପାଖାପାଖି ୫କୋଟି ଟଙ୍କା ଅର୍ଥ ବ୍ୟୟ ହୋଇଥିବା ନେଇ ଜଣାପଡିଛି ।
ଏହାକୁ ନେଇ ସ୍ଥାନୀୟ ବାସିନ୍ଦା କିରଣ କୁମାର ସାହୁ କହିଛନ୍ତି ଯେ “ଏଭଳି ସ୍ମାର୍ଟ ଡଷ୍ଟବିନ୍ ଫଳରେ ଅଞ୍ଚଳରେ ଦୁର୍ଗନ୍ଧ ସହ ମଶା ପ୍ରାଦୂର୍ଭାବ କମିଯିବ । ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆର୍ବଜନା ସଂଗ୍ରହ କରାଯାଇ ୫ଫୁଟ ଲମ୍ବା ଓ ୫ଫୁଟ ଗଭୀର ଷ୍ଟିଲ୍ ନିର୍ମିତ ଏହି ଡଷ୍ଟବିନରେ ପକାଯିବ ।
ବିନାୟକ କଲେଜର ଜଣେ ଛାତ୍ର କହିଛନ୍ତି, “ଏହି ପ୍ରକାର ଡଷ୍ଟବିନ୍ ପୂରା ସହରରେ ସ୍ଥାପନ କରାଯିବା ଉଚିତ୍ ଯାହାଦ୍ୱାରା ରାସ୍ତା ଘାଟରେ ଆଉ କେହି ଅଳିଆ ଆର୍ବଜନା ପକାଇବେ ନାହିଁ” ।
ମିଳିଥିବା ସୂଚନା ଅନୁଯାୟୀ ଡଷ୍ଟବିନରେ ଅଳିଆ ଭର୍ତ୍ତି ହୋଇଗଲେ ଅଳିଆ ଉଠାଇବାକୁ ନିୟୋଜିତ ଗାଡ଼ିକୁ ସେନ୍ସର୍ ଦ୍ୱାରା ସୂଚନା ମିଳିବ। ଆହୁରି ମଧ୍ୟ ଡଷ୍ଟବିନ୍ ମଧ୍ୟରେ ଅଳିଆ ଆବର୍ଜନା ୪୦ ପ୍ରତିଶତରୁ କମ ଥିଲେ ଏହା ସବୁଜ ରଙ୍ଗ ଦେଖାଯିବ ଏବଂ ୭୦ ପ୍ରତିଶତରୁ ଅଧିକ ହେଲେ ଏହା ହଳଦିଆ ରଙ୍ଗ ଦେଖାଯିବ ।
Comments are closed.