ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅରଖକୁଦା ଗ୍ରାମ ଚିଲିକା କୂଳ ନିକଟସ୍ଥ ଭାଗବତ ସାହିରେ ଶୁକ୍ରବାର ଦିନ ଏକ ଫାଇବର ବୋଟ୍ ନିର୍ମିତ ହେଉଥିବା ବେଳେ ବିସ୍ଫୋରଣ ଘଟି ୪ଜଣ ମତ୍ସଜୀବୀ ଆହତ ହୋଇଛନ୍ତି ।
ଏହି ବିସ୍ଫୋରଣରେ ଯେଉଁ ୪ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ନାମ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସମସ୍ତ ଗୁରୁତର ଆହତ ମାନଙ୍କ ମୁହଁ, ହାତ ଓ ଗୋଡ ଅଧିକ ଆଘାତ ଲାଗିଥିବା ନେଇ ସୁତ୍ରରୁ ପ୍ରକାଶ ।
ଫାଇବର୍ ଡଙ୍ଗା ତିଆରି କରିବା ବେଳେ ଏହି ବିସ୍ଫୋରଣ ଘଟିଥିବା ନେଇ ସ୍ଥାନୀୟ ଲୋକମାନେ ସନ୍ଦେହ ପ୍ରକାଶ କରିଛନ୍ତି ।
ତେବେ ଘଟଣାସ୍ଥଳରେ ସମୁଦ୍ର ତଟ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।
Comments are closed.