Latest Odisha News

BREAKING NEWS

ଲୋକସଭା ଉପ-ବାଚସ୍ପତି ଦୌଡ଼ରେ ଭର୍ତ୍ତୃହରି, ମୋଦୀଙ୍କ ସହ ଆଲୋଚନା କରିବେ ନବୀନ !

ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦବୀ ଦୌଡ଼ରେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଜୁନ ୧୧ ତାରିଖରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନବୀନଙ୍କର ପ୍ରଥମଥର ଲାଗି ସାକ୍ଷାତକାର ହେବ ।

ଏହାବ୍ୟତୀତ, ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ଏବଂ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି । ଏପରିକି ନବୀନ ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶା ଲାଗି ବିଭିନ୍ନ ଦାବି ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗସ୍ତ ସମୟରେ ଅନ୍ୟ କିଛି କେନ୍ଦ୍ରମନ୍ତ୍ରୀ ମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.