Latest Odisha News

BREAKING NEWS

ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଆଦାନୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ସାରା ଭାରତରେ ବନ୍ଦ ଡାକରା ସତ୍ତ୍ୱେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଜାରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳ ଠାରେ ଆଦାନି ଫାଉଣ୍ଡେସନ ସହଯୋଗରେ ଆଜି କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ)ର ଆବାସିକ ଜନଜାତି ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହାସହ ୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହିସବୁ ପ୍ରକଳ୍ପ ଗୁଡିକରେ ପାନୀୟ ଜଳ ପ୍ରକଳ୍ପ, ସଡକ ଓ ସେତୁ ନିର୍ମାଣ ଓ ଆହୁରି ଅନେକ ପ୍ରକଳ୍ପ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରିପଦାର ଶ୍ରୀ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାସହ ଖିଚିଂ, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଶିକ୍ଷା ହିଁ ସଶକ୍ତିକରଣ ଓ ଶିକ୍ଷା ଜରିଆରେ ପ୍ରକୃତ ପରିବର୍ତ୍ତନ ଆସିପାରିବ । ଆବାସିକ ବିଦ୍ୟାଳୟ ପାଇଁ କିସ ମ୍ୟାନେଜମେଣ୍ଟ ଓ ଆଦାନୀ ଗ୍ରୁପକୁ ଧନ୍ୟବାଦ ଦେଇଛନ୍ତି ।

ଓଡ଼ିଶାରେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୬୫୦୦ ସ୍କୁଲରେ ୬ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହାସହିତ ଅର୍ବାନ ଏରିଆରେ ମଧ୍ୟ ହଷ୍ଟେଲ ନିର୍ମାଣ କରାଯାଇ ପିଲାମାନଙ୍କୁ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଛି । ରାଜ୍ୟ ସରକାରଙ୍କ ଜନଜାତି ଶିକ୍ଷା ଯୋଜନା ଯୋଗୁଁ ଆଜି ଆମର ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣୁଛନ୍ତି” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୟୁରଭଞ୍ଜରେ ବିକାଶର ଧାରା ଜାରି ରହିବ ଏବଂ ଓଡିଶାର ବିକାଶ ମାନଚିତ୍ରରେ ମୟୁରଭଞ୍ଜର ସ୍ଥାନ ଆହୁରି ଉଜ୍ବଳ ହେବ ।

Leave A Reply

Your email address will not be published.