Latest Odisha News

BREAKING NEWS

ଉବେର୍ ବୁକ୍ କରି ଭଡ଼ାରେ ପାଇପାରିବେ ଉଡ଼ନ୍ତା ଟ୍ୟାକ୍ସି !

ଭୁବନେଶ୍ୱର: ଏହି ଉଡୁଥିବା ଟ୍ୟାକ୍ସିକୁ ତିଆରି କରିଛି ଉବେର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ସହିତ | ଏହା ଦୁଇ କମ୍ପାନୀ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ତିଆରି ଉପରେ କାମ ଆରମ୍ଭ କରିଦେଇଛି | କେମିତି ଲାଗିବ ଯଦି ଉବେର ଦ୍ୱାରା କାର ଓ ବାଇକ ଜାଗାରେ ଫ୍ଲାଇଙ୍ଗ କାର ରେ ଯିବେ | ପୁରା ଦୁନିଆରେ ଶସ୍ତା ଟ୍ୟାକ୍ସି ଉପଲବ୍ଧ କରୁଥିବା କମ୍ପାନୀ ଉବେର ଏହି କାର୍ଯ୍ୟ ଆରମ୍ଭ କରିଦେଇଛି | ଏହି ଉଡ଼ନ୍ତା ଟ୍ୟାକ୍ସି ମାଟି ଠାରୁ କିଛି ଉଚ୍ଚତାରେ ଉଡିବ | ଏହି ପ୍ରକଳ୍ପ ଯଦି ସଫଳ ହୁଏ ତାହାଲେ ଖୁବ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ |

ଏହି ଟ୍ୟାକ୍ସି ୧,୦୦୦ ରୁ ୨,୦୦୦ ଫୁଟ ଉଚ୍ଚତା ରେ ଏହା ଉଡିବ | ଏହା ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ ର ହେବ ଯାହା ଡିଷ୍ଟ୍ରିବୁଟେଡ଼ ଇଲେକ୍ଟ୍ରିକ ପ୍ରୋପଲଶନ ର ବ୍ୟବହାର କରିବ | ଏହା ଉଡ଼ିବାକୁ ଇଲେକ୍ଟ୍ରିକ ରେ ଚାର୍ଜ କରିବାକୁ ପଡିବ | ଏହା ଚାର୍ଜ କରିବାକୁ ୫ ରୁ ୭ ମିନିଟ ସମୟ ଲାଗିବ | ଏହି ଏଆରକ୍ରାପ୍ଟ ଏମିତି ଡିଜାଇନ କରାଯାଉଛି ଯେ ଏହା ୧,୦୦୦ -୨,୦୦୦ ଫୁଟ ଉଚ୍ଚତାରେ ୨୯୦ କିଲୋମିଟର ପ୍ରତି ଘଣ୍ଟାକୁ ଲଗାତର ୧୦୦ କିଲୋମିଟର ପର୍ଯ୍ୟନ୍ତ ଉଡିବ |

ଏଥିରେ ଜଣେ ପାଇଲଟ ଓ ତିନି ଜଣ ଯାତ୍ରୀ ବସିବା ପରି ଡିଜାଇନ କରାଯାଉଛି | ପାର୍ଟନରସିପ ହିସାବରେ ହ୍ୟୁଣ୍ଡାଇ ଏହି ଉଡୁଥିବା ଟ୍ୟାକ୍ସି ତିଆରିକରିବ ଓ ଉଡାଇବ | ଉବେର ଏହି ଉଡ଼ନ୍ତା ଗାଡି ର ଏଆରସ୍ପେସ ସପୋର୍ଟ ସର୍ବିସ, ଗ୍ରାଉଣ୍ଡ ସପୋର୍ଟ ରୁ କନେକ୍ଟ ଓ ଏରିଏଲ ରାଇଡ଼ ସେୟାର ନେଟୱର୍କ ସହାୟତାରେ କଷ୍ଟମର ଇଣ୍ଟରଫେସ ଉପରେ କାମ କରିବ |

ହ୍ୟୁଣ୍ଡାଇ ନିକଟରେ ଆମେରିକା ସହର ର ଲସ ଭେଗାସ ର ଟେକ ସୋ କଂଯ୍ୟୁମର ଇଲେକ୍ଟ୍ରୋନିକ୍ସ ସୋ ୨୦୨୦ ର ପ୍ରେସ କଂଫରେନ୍ସ ରେ ନିଜର ଏହି ଏଆର କ୍ରାଫ୍ଟ ଗାଡିକୁ ଦୁନିଆ ସମ୍ମୁଖରେ ପଦର୍ଶନ କରିଛି ଓ ଏହାକୁ ଭବିଷ୍ୟତରେ ଆସିବାକୁ ଥିବା ଏହି ଟ୍ୟାକ୍ସିର ବ୍ଲୁ ପ୍ରିଣ୍ଟ କୁ ମଧ୍ୟ କହିଛି | ହ୍ୟୁଣ୍ଡାଇ କହିଛି ଯେ ଉବେର ସହିତ ମିଶି ଏହି ପ୍ରକଳ୍ପ ‘ପାର୍ଶନାଲ ଏଆର ଭେଇକିଲ, ଏସ-ଏ୧ ଉପରେ କାମ କରୁଛି | କେବେ ସର୍ବସାଧାରଣଙ୍କ ପାଇଁ ଆସୁଛି ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.