Latest Odisha News

BREAKING NEWS

ପ୍ରେସର ନୁହେଁ, ପେସେନ୍ସ ରଖି ପାଠପଢନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍‌ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ।

ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢା ସମୟର ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ।

ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚୋକୋଟୀର ହେବ। ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ। ନିଜର ଆତ୍ମ ବିଶ୍ବାସ ହିଁ ସଫଳତାର ପ୍ରମୁଖ ଚାବିକାଠି। ଆଉ ଆତ୍ମ ବିଶ୍ବାସ ଆସିଥାଏ ସତ କହିବା ଦ୍ବାରା। ଏହା କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସର ତତ୍ତ୍ବ ବୁଝାଇଥିଲେ। ସେ କହିଥିଲେ ଯେ, ପାଠ ପଢିବା ପାଇଁ ଆରାମ ଦାୟକ ପରିବେଶର ଆବଶ୍ୟକତା ନାହିଁ, ଯଦି ପାଠ ପଢିବା ପାଇଁ ପ୍ରକୃତ ଇଛାଶକ୍ତି ଓ ମନୋବୃତ୍ତି ଥିବ, ତେବେ ସବୁ ପରିବେଶ ଆରାମ ଦାୟକ।

ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ କଥା ହେଉ ହେଉ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ସଂଘର୍ଷ, ସଫଳତା ଏବଂ ଲାଇଫ୍ ସ୍କିଲ୍ ବିଷୟରେ ପିଲାଙ୍କୁ ବୁଝାଇ କହିଥିଲେ ଯେ, ଜୀବନ ଜିଇଁବା ପାଇଁ ସବୁବେଳେ ଭବିଷ୍ୟତ କଥା ଚିନ୍ତାକରି ଆଗକୁ ବଢିବା ଉଚିତ୍। ତାହେଲେ ଯାଇ ଆପଣଙ୍କୁ ଆପଣଙ୍କ ୱିନିଙ୍ଗ୍ ଗୋଲ୍ ସ୍ପଷ୍ଟ ଦେଖାଯିବ। ଏହି ଅବସରରେ ଅଭିଭାବକ ମାନଙ୍କୁ ଉପଦେଶ ଦେଇ ସେ କହିଥିଲେ ଯେ ପିଲାମାନଙ୍କୁ କ୍ଷମତା, ଯୋଗ୍ୟତା ଓ ରୁଚି ଅନୁଯାୟୀ ପ୍ରେରଣା ଦିଅନ୍ତୁ। ପିଲାଙ୍କର ଚାରିତ୍ରିକ ବିକାଶ, ଶୃଙ୍ଖଳା ଜ୍ଞାନ ଏ ସବୁ ନିଜ ଘରେ, ନିଜ ପାରିବାରିକ ପରିବେଶରେ ହିଁ ବୃଦ୍ଧି ହୁଏ। ଏଣୁ, ପିଲାଦିନରୁ ହିଁ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରନ୍ତୁ, ଦେଖିବେ, ପ୍ରତ୍ୟେକ ଶିଶୁ ଜଣେ ଉଦୀୟମାନ ଛାତ୍ର ଭାବେ ଉଭା ହେବ।

ପରୀକ୍ଷାର ଫଳାଫଳରେ ଜୀବନର ସଫଳତାକୁ ନ ମାପି, ଜ୍ଞାନ ଆହରଣ କରିବାର ମାର୍ଗକୁ ବାଛିବା ଆବଶ୍ୟକ। ଜ୍ଞାନ ହିଁ ତୁମକୁ ଶିଖାଇବ, ଆଗକୁ ବଢିବାର ଜୀବନ କୌଶଳ ପ୍ରଦାନ କରିବ। ଅଧିକ ନମ୍ବର ରଖିଥିବା ବ୍ୟକ୍ତି ହେଉଛି ସଫଳତମ ବ୍ୟକ୍ତି, ଏ ଭଳି ଭୁଲ ଧାରଣାକୁ ଆପଣେଇବ ନାହିଁ । ତେଣୁ, ପରୀକ୍ଷା ପାଇଁ ବିଚଳିତ ନହୋଇ ଏହାକୁ ଆମେ ହସ ହସ ମୁହଁରେ ସାମନା କରିବା ଓ ଆଗକୁ ବଢିବା । ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ମୋର ଦୃଢ଼ ବିଶ୍ୱାସ ତୁମମାନଙ୍କୁ ନିଜ ନିଜ ପରିଶ୍ରମର ମୂଲ୍ୟ ନିଶ୍ଚିତ ଭାବରେ ମିଳିବ ।ମୋର ଆଶୀର୍ବାଦ ସଦାସର୍ବଦା ତୁମ ସାଥିରେ ଅଛି ଓ ରହିବ । ମୁଁ ସବୁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। (ଶିଶୁ ବାଟିକା ବ୍ୟତୀତ) ପିଲାଙ୍କ ପାଇଁ ଏହି ବଣ୍ଟନ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି କି ନାହିଁ, ସେ ନେଇ ଏକ ‘କମ୍ପ୍ଲିସନ୍ ସାର୍ଟିଫିକେଟ୍’ ଦାଖଲ କରିବାକୁ ପଡ଼ିବ। ଏହି ପ୍ରମାଣପତ୍ର ଦାଖଲ କରିବା ପାଇଁ ଆସନ୍ତା ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଭାଗ ପକ୍ଷରୁ ଏହି ଚିଠିକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଜିଲ୍ଲାରୁ ରିପୋର୍ଟ ନ ଆସେ, ତେବେ ଏହାକୁ ଗୁରୁତର ସହ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.