Latest Odisha News

BREAKING NEWS

ଏଲଜିଙ୍କୁ ଚିଠି ଲେଖିଲା ବିଜେପି: ଶୀଶ୍‌ମହଲରେ ରହିବେନି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ଦିଲ୍ଲୀର ଉପରାଜ୍ୟପାଳ(ଏଲଜି) ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି। ଏଥିରେ ଶୀଶମହଲ ସମ୍ପର୍କରେ ଉଲ୍ଲେଖ ରହିଛି। ଶୀଶମହଲରୁ ୪ଟି ବଙ୍ଗଳାର ବିଲୟକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଶୀଶମହଲ ମାମଲାକୁ ଜୋରସୋରରେ ଉଠାଇ ଥିଲା। ଏପରିକି ଦିଲ୍ଲୀରେ ବଡ ମୁଦ୍ଦା ହୋଇଥିଲା ଶୀଶମହଲ। ଏଥିସହ ପାର୍ଟି କ୍ଷମତାକୁ ଆସିଲେ ଶୀଶମହଲରେ କେହି ରହିବେ ନାହିଁ ବୋଲି ଘୋଷଣା ମଧ୍ୟ କରିଥିଲା ବିଜେପି ।

କହି ରଖୁଛୁ କି, ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ରହୁଥିବା ବଙ୍ଗଳାକୁ  ବିଜେପି ଓ କଂଗ୍ରେସ ଶୀଶମହଲ କହୁଛି। ବିଜେପି ଶୀଶମହଲରେ ପୁନର୍ନିର୍ମାଣ ଓ ସାଜସଜ୍ଜାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ସେମାନେ ଅଭିଯୋଗ କରିଥିଲେ। ୪ଟି ସରକାରୀ ବଙ୍ଗଳାଙ୍କୁ ମିଶାଇ ଶୀଶମହଲ ତିଆରି ହୋଇଥିବା ମଧ୍ୟ କହିଥିଲେ ।

ଏବେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖିଥିବା ଚିଠିରେ ୪ଟି ସରକାରୀ ବଙ୍ଗଳାର ବିଲୟକୁ ରଦ୍ଦ କରିବାର ଦାବି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଏହି ବଙ୍ଗଳାରେ ରହିବେ ନାହିଁ। ତେବେ ଏହାର ବ୍ୟବହାର କିପରି ହେବ, ସେ ନିଷ୍ପତ୍ତି ମଧ୍ୟ ଦିଲ୍ଲୀ ସରକାର ନେବେ ବୋଲି କହିଛନ୍ତି।

Comments are closed.