Latest Odisha News

BREAKING NEWS

‘ପୂରଣ ହେଲା ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ’

ଅଯୋଧ୍ୟା: ସବୁୁ ପ୍ରତିକ୍ଷାର ଘଟିଛି ଅନ୍ତ । ରାମ ଜନ୍ମଭୂମିରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି, ପାଞ୍ଚ ଶତାବ୍ଦୀ ପରେ ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ ଆଜି ପୂରଣ ହେଉଛି । ଦେଶରେ ଗଣତାନ୍ତ୍ରିକ ପଦ୍ଧତି ସହିତ ଏହି ମନ୍ଦିର ନିର୍ମାଣ କରାଯାଉଛି । ଅନେକ ପିଢ଼ି ଏହି ଘଣ୍ଟାକୁ ଅପେକ୍ଷା କରି ଅତିକ୍ରମ କରିଛନ୍ତି  ।

ଏହାସହ  ସିଏମ ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଝାମଣା ଏବଂ ଉଦ୍ୟମ ଯୋଗୁଁ ଆଜି ଏହି ସଂକଳ୍ପ ପୂରଣ ହେଉଛି । ଆମେ ତିନି ବର୍ଷ ପୂର୍ବେ ଅଯୋଧ୍ୟାରେ ଦୀପୋତ୍ସଭ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ଆଜି ଏହା ପ୍ରମାଣିତ ହେଉଛି  ।  ୟୁପି ସିଏମ୍ କହିଛନ୍ତି ଯେ, ସରକାରଙ୍କ ତରଫରୁ ରାମାୟଣ ସର୍କିଟ୍ର କାର୍ଯ୍ୟ ଆରମ୍ଭ ହେବା ସହିତ ଅଯୋଧ୍ୟାରେ ବିକାଶମୂଳକ କାର୍ଯ୍ୟ ଚାଲିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ମୂଳଦୁଆ ପକାଇଛନ୍ତି। ଭୁମି ପୂଜନର ସମସ୍ତ ପ୍ରକ୍ରିୟା କରିବା ପରେ ପ୍ରଧାନମନ୍ତ୍ରୀ ଶୁଭ ସମୟରେ ଏହି ପଥର ରଖିଥିଲେ। ପିଏମ ମୋଦୀ ଠିକ୍ ୧୨.୪୪.୦୮ ରେ ଏହି ପଥର ରଖିଥିଲେ ।

Leave A Reply

Your email address will not be published.