Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପାଇଁ ନୁହେଁ, କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା କରିବୁ’

ଭୁବନେଶ୍ୱର: କାରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟାରେ ୨ ମିନିଟ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁରରାଉତ ରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପାଇଁ ନୁହେଁ ବରଂ କୋରନା ଯୋଦ୍ଧାଙ୍କ ଲାଗି ଆମେ ନିରବ ପାର୍ଥନା କରିବୁ । ପୋଲିସ ସାମ୍ବାଦିକ ଓ ଆଶା ଓ ଅଙ୍ଗନବାଡି କର୍ମୀ ସରକାରୀ କର୍ମଚାରୀ ଓ ଅଫିସର ଜନପ୍ରତିନିଧି ଯେଉଁମାନେ ଆମ ମାନଙ୍କ ପାଇଁ କୋରନା ସହ ଲଢ଼ି ଜୀବନ ଦେଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରିବୁ ।

Leave A Reply

Your email address will not be published.