Latest Odisha News

BREAKING NEWS

ଅତୀକ ଅହମ୍ମଦ ଗ୍ୟାଙ୍ଗଠାରୁ ୧୦୦ କୋଟି ଛଡାଇ ଆଣିଲେଣି ଯୋଗୀ ସରକାର

ଲକ୍ଷ୍ନୌ:ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଅପରାଧୀଙ୍କ ପାଇଁ ଦୁଃସ୍ୱପ୍ନ ସାଜିଛନ୍ତି । ସବୁଠାରୁ ବଡ ଡନ ଅତୀକ ଅହମ୍ମଦ ଉପରେ ଏବେ ଯୋଗୀ ଛାଟ ପଡିବାରେ ଲାଗିଛି । ରିପୋର୍ଟ ମୁତାବକ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅବୈଧ ସମ୍ମତି ଜବତ ଯୋଗୁ ଅତୀତର ଅଂଟା ଭାଙ୍ଗିଗଲାଣି ।

୧୪ (୧) ଧାରା ଅନୁସାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ସମ୍ପତି ପୋଲିସ ଜବତ କରି ସାରିଛି । ଅତୀକ ପୋଲିସ କବଜାରେ ରହିଛି । ୮୫ରୁ ଊର୍ଦ୍ଧ୍ୱ ମୋକଦ୍ଦମା ତାଙ୍କ ନାମରେ ଚାଲିଛି । ପୋଲିସର କଡା କାର୍ଯ୍ୟାନୁଷ୍ଠାନ ଯୋଗୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଆତ୍ମସମର୍ପଣ କରୁଛନ୍ତି ଅଥବା ଏହାକୁ ଛାଡି ପଳାଉଛନ୍ତି ।

Comments are closed.