Latest Odisha News

BREAKING NEWS

ନର୍ସିଂହୋମ, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ସିଏମସିର ଚଢ଼ାଉ

କଟକ : କରୋନା ପାଇଁ କଟକରେ କଠୋର ହୋଇଛି ସିଏମସି । ସାମାଜିକ ଦୂରତା ସହ ମାସ୍କ ଚେକିଂକୁ କଡ଼ାକଡ଼ି କରିଛି ଏନଫୋର୍ସମେଣ୍ଟ ଟିମ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ନର୍ସିଂ ହୋମ୍, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢାଉ କରିଛି ସ୍ବତନ୍ତ୍ର ସ୍କ୍ବାଡ । କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ଅଙ୍କର ଜରିମାନା ଆଦାୟ କରିଛି ସିଏମସି ।

ଆଜି କଟକ ମହାନଗର ନିଗମ ପକ୍ଷରୁ ହୋଇଥିବା ଚଢ଼ାଉ ଅଭିଯାନରେ ମୋଟ ୩୭ ହଜାର ୫୦ ଟଙ୍କା ଆାଦୟ କରାଯାଇଛି । କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଏହି ଜରିମାନା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଢ଼ାଉ ଅଭିଯାନକୁ ଜୋରଦାର କରିଛି ପ୍ରଶାସନ । ଲୋକେ ମାସ୍କ ପିନ୍ଧୁନଥିବା ସହ ସାମାଜିକ ଦୂରତା ନିୟମ ମାନୁନଥିବାରୁ ଜରିମାନା ଆଦାୟ କରାଯାଉଛି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ସଏମସି ।

Leave A Reply

Your email address will not be published.