Latest Odisha News

BREAKING NEWS

ସିଲ୍ ହେଲା ରାମ ମନ୍ଦିର କମ୍ୟୁନିଟି ହଲ୍

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା ପାଇଁ ଚଢ଼ାଉ ଅଭିଯାନକୁ କଡ଼ାକଡି କରାଯାଉଛି । ଏହି କ୍ରମରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାମ ମନ୍ଦିର କମ୍ୟୁନିଟି ହଲକୁ ସିଲ୍ କରିଛି ବିଏମସି।

ରାମ ମନ୍ଦିର କମ୍ୟୁନିଟି ହଲରେ ଏକ ଜନ୍ମଦିନ ଭୋଜି ଚାଲିଥିବା ବେଳେ ଚଢ଼ାଉ କରିଥିଲା ବିଏମସି । ଏହାପରେ ରାମ ମନ୍ଦିରର ଏହି କମ୍ୟୁନିଟି ହଲକୁ ସଲ୍ କରାଯାଇଥିଲା । ଜନ୍ମଦିନ ପାଇଁ ବିଏମସି ପକ୍ଷରୁ ଅନୁମତି ନିଆ ଯାଇନଥିବା ବିଏମସି ପରୁ କୁହାଯାଇଛି । ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ।

Leave A Reply

Your email address will not be published.