Latest Odisha News

ସିଏମସି ମେୟର ନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆଗରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା

ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି-କଂଗ୍ରେସ ଭିତେ କଡ଼ା ମୁକାବିଲା । ପ୍ରଥମ ରାଉଣ୍ଡରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ । ଦ୍ଵିତୀୟ ରାଉଣ୍ଡରେ ତାଙ୍କୁ ଟପିଛନ୍ତି କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ସାହୁ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଗଣତିରେ ଆଗରେ ଅଛନ୍ତି ଗିରିବାଳା । ତାଙ୍କୁ ମିଳିଛି ୫୯୪୯ ଭୋଟ୍ ।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂହ । ତାଙ୍କୁ ମିଳିଛି ୫୫୭୪ ଭୋଟ୍ । ପଛରେ ପଡିଛନ୍ତି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ । ତାଙ୍କୁ ୨୩୦୬ ଭୋଟ୍ ମିଳିଛି । ଗଣତି ବଢ଼ିବା ସହ ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ବଢୁଛି ।

Leave A Reply

Your email address will not be published.