Latest Odisha News

କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ

କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସାମିଲ ହୋଇଥିଲେ ।

କଟକ ବାଦାମବାଡ଼ି କେଏଫସିରେ ବାସି ବ୍ରେଡ୍ ବିକ୍ରି ହେଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ । ଏଭଳି ଏକ ଅଭିୗଯୋଗ ଆସିବା ପରେ ଦୋକାନରେ ଚଢ଼ାଉ ହୋଇଥିଲା । ସେହିପରି ବିନା ତାରିଖରେ ପ୍ରସ୍ତୁତ ଆମିଷ ଖାଦ୍ୟ ଫ୍ରାଏ ରାଇସକୁ ଟିମ୍ ଜବତ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ଦୋକାନକୁ ନୋଟିସ କରାଯିବା ସହିତ ଯଦି ଲ୍ୟାବ ରିପୋର୍ଟରୁ ଖାଦ୍ୟ ନିମ୍ନମାନର ବୋଲି ଜଣାପଡେ, ତେବେ ଦୋକାନ ସିଲ୍ କରାଯିବ ବୋଲି ସିଏମସି ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.