Latest Odisha News

BREAKING NEWS

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକରେ କୋଚିଂ ସେଣ୍ଟର ସିଲ୍ । ଅରୁଣଦୋୟ ନଗରସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଏମସି ସିଲ କରିଛି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । କିଛି ଦିନ ତଳେ ସହରରେ ଆଉ ଏକ କୋଚିଂ ସେଣ୍ଟରକୁ ସିଲ୍ କରିଥିଲା ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଏହାସହ କଟକ ସହରରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ବି ଜାରି ରହିଛି । ଯେଉଁଠି କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେଉଛି । ଶିକ୍ଷାନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଚେକିଂକୁ କଡ଼ାକଡ଼ି କରାଯାଉଛି ।

Leave A Reply

Your email address will not be published.