Latest Odisha News

BREAKING NEWS

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ ଏବେ A ବ୍ଲଡ୍ ଗ୍ରୁପ୍ ରକ୍ତ ବି ସମସ୍ତଙ୍କୁ ଦିଆଯାଇ ପାରିବ ।

କାନାଡ଼ାର ବୈଜ୍ଞାନିକ ବ୍ୟାକ୍ଟେରିଆଲ୍ ଏନଞ୍ଜାଇମ୍ ଉପଯୋଗ କରି A ବ୍ଲଡ୍ ଗ୍ରୁପକୁ ୟୁନିଭର୍ସିଆଲ୍ ଡୋନର ବନାଇଛନ୍ତି । ଅର୍ଥାତ୍ ଏଣିକି ହସ୍ପିଟାଲରେ ରକ୍ତାଭାବରୁ ହେଉଥିବା ମୃତ୍ୟୁସଂଖ୍ୟା କମିବ । ଅଧିକରୁ ଅଧିକ ଲୋକଙ୍କୁ ରକ୍ତ ମିଳିପାରିବ ।

Type A Blood Group Converted To Universal Donor

କେବଳ ଆମେରିକାରେ କୌଣସି ଦିନ ଜରୁରୀକାଳୀନ ଅପରେସନ୍, ଧାର୍ଯ୍ୟ ଅପରେସନ୍ ଏବଂ ରୁଟିନ୍ ଟ୍ରାନ୍ସଫ୍ୟୁଜନ୍ ଲାଗି ୧୬, ୫୦୦ ଲିଟର ରକ୍ତ ଉପଲବ୍ଧ ଥାଏ । କିନ୍ତୁ, ରୋଗୀ କୌଣସି ବି ରକ୍ତ ନେଇପାରେ ନାହିଁ । ସଫଳ ଟ୍ରାନ୍ସଫ୍ୟୁଜନ୍ ପାଇଁ ଡୋନର ବ୍ଲଡ୍ ଗ୍ରୁପ୍ ସହ ରୋଗୀର ବ୍ଲଡ ଗ୍ରୁପ୍ ମିଶିବା ଆବଶ୍ୟକ । ଏବେ ବୈଜ୍ଞାନିକ ମଣିଷର ରକ୍ତ କଣିକାରୁ ଏମିତି ମାଇକ୍ରୋବ୍ସ ଖୋଜି ବାହାର କରିଛନ୍ତି ଯେଉଁଥିରୁ ୨ ପ୍ରକାରର ଏନଞ୍ଜାଇମ୍ ବାହାରୁଛି ।

ଏହି ଏନଞ୍ଜାଇମ୍ ସାହାଯ୍ୟରେ ବୈଜ୍ଞାନିକ A ବ୍ଲଡଗ୍ରୁପକୁ ୟୁନିଭର୍ସାଲ ଡୋନର ଭାବେ ସୃଷ୍ଟି କରିଛନ୍ତି । ମେରିଲ୍ୟାଣ୍ଡ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କ୍ଲିନିକାଲ ସେଣ୍ଟରରେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞ ହାର୍ବ କ୍ଲେନ୍ କହିଛନ୍ତି- ଏମିତି ପ୍ରଥମ ଥର ହୋଇଛି । ଯଦି ଏହି ପ୍ରକ୍ରିୟା ବଡ଼ ଆକାରରେ ସଫଳତା ପାଏ ତ ଏହା ଚିକିତ୍ସା ବିଜ୍ଞାନ ପାଇଁ ବଡ଼ ସଫଳତା ହେବ ।

ମଣିଷ ଠାରେ ୪ ପ୍ରକାରର ବ୍ଲଡ୍ ଗ୍ରୁପ୍ A,B, AB ଓ O ଥାଏ । ରକ୍ତରେ ଥିବା ଲାଲ୍ ରକ୍ତ କୋଷିକାରେ ଥିବା ୪ ପ୍ରକାରର ସୁଗର ମାଲିକ୍ୟୁଲ୍ସ କଣିକାରୁ ଚିହ୍ନଟ କରାଯାଇ ଥାଏ । ଯଦି କୌଣସି A ବ୍ଲଡ ଗ୍ରୁପ୍ ବ୍ୟକ୍ତିଙ୍କୁ B ବ୍ଲଡ୍ ଦିଆଯାଏ ତ ସୁଗର ମଲିକ୍ୟୁଲ୍ସ କଣିକା ଯାହାକୁ ବ୍ଲଡ୍ ଆଣ୍ଟିଜେନ୍ କୁହନ୍ତି । ଏହା ରକ୍ତ କୋଷିକା ଉପରେ ଆକ୍ରମଣ କରିଦିଏ । ଫଳରେ ଇମ୍ୟୁନ୍ ସିଷ୍ଟମ କାମ କରିବା ବନ୍ଦ କରିଦିଏ ଏବଂ ଗମ୍ଭୀର ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ।

Type A Blood Group Converted To Universal Donor

ବ୍ଲଡ୍ ଗ୍ରୁପ୍ Oରେ ଆଣ୍ଟିଜେମ୍ କମ୍ ଥାଏ । ତେଣୁ, ଏବେ ଯାଏ ଏହା ୟୁନିଭର୍ସାଲ୍ ଡୋନର୍ ରହିଛି । ସାଧାରଣତଃ ହସ୍ପିଟାଲରେ O ବ୍ଲଡ୍ ଗ୍ରୁପର ଅଧିକ ଚାହିଦା ଥାଏ । ଅନେକ ସମୟରେ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତଙ୍କ ବ୍ଲଡ୍ ଗ୍ରୁପ୍ ଯାଞ୍ଚ କରିବା ପାଇଁ ସମୟ ନଥାଏ । ଆଉ ଆମେରିକା ସମେତ ପୂରା ଦୁନିଆରେ O ବ୍ଲଡ୍ ଗ୍ରୁପ୍ ରକ୍ତ କମ୍ ଥାଏ ।

ଏହି ଅଭାବକୁ ଦୂର କରିବା ଲାଗି ବୈଜ୍ଞାନିକ A ବ୍ଲଡ୍ ଗ୍ରୁପରୁ ଆଣ୍ଟିଜେନକୁ ହଟାଇବା ଲାଗି ଚେଷ୍ଟା କରିଥିଲେ । ୪ ବର୍ଷର ପ୍ରୟାସ ପରେ କାନାଡ଼ାର ବୈଜ୍ଞାନିକଙ୍କୁ ଏଥିରେ ସଫଳତା ମିଳିଛି । କାନାଡ଼ାର ବ୍ୟାଙ୍କୁମ୍ବର ସ୍ଥିତ ୟୁନିଭରସିଟି ଅଫ୍ ବ୍ରିଟିସ୍ କଲୋମ୍ବିଆର କେମିକାଲ ବାୟୋଲୋଜିଷ୍ଟ ଷ୍ଟିଫନ୍ ୱିଥର୍ସ ଏହି ଅନଞ୍ଜାଇମକୁ ଖୋଜିଛନ୍ତି ଯାହା Aକୁ ୟୁନିଭର୍ସାଲ୍ ଡୋନରରେ ପରିବର୍ତ୍ତନ କରିପାରିବ ।

Leave A Reply

Your email address will not be published.