Latest Odisha News

ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସାଦ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସାଦ ନାୟକ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗରେ ଅବସାନ ଘଟାଇଛି । ‘ଲକ୍ଷ୍‌ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଅଭୁଲା ଛାପ ଛାଡି ଯାଇଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ’

ଗତ କିଛି ଦିନ ହେଲା ସାରଦା ନାୟକ ଅସୁସ୍ଥ ଥିବା ବେଳେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୨୦୧୩ ମସିହାରେ ଚଳଚ୍ଚିତ୍ର ଲକ୍ଷ୍‌ମୀ ପାଇଁ ସେ ଜୟଦେବ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Leave A Reply

Your email address will not be published.