Latest Odisha News

BREAKING NEWS

ସିଏନଜି ବୋଝେଇ ଗାଡିରୁ ଗ୍ୟାସ ଲିକ

ପୁରୀ: ପୁରୀ ସହରର ନିକଟବର୍ତ୍ତୀ ମାଳତୀପାଟପୁରଠାରେ ସିଏନଜି ଗ୍ୟାସ ଲିକ୍ । ଏକ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଏହା ଲିକ ହୋଇଛି  । ଗାଡ଼ିଟି ଭୁବନେଶ୍ୱରରୁ ପୂରୀ ଅଭିମୁଖେ ଆସୁ୍‌ଥିବାବେଳେ ଏହି ଘଟଣା ଘଟିଛି ।

ଏହି ଟ୍ରକରେ ପ୍ରାୟ ୩୫୦୦ ଲିଟର ଗ୍ୟାସ ଲୋଡ଼ ଥିଲା  । ତେବେ ହଠାତ୍ ଗ୍ୟାସ ଲିକ ହେବାରୁ ଗାଡି ଅଟକି ଯାଇଥିଲା ।  ଚାଳକ ଓ ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ଗ୍ୟାସ ଲିକକୁ ବନ୍ଦ କରିବାକୁ ଉଦ୍ୟମ  କରୁଛି  ।  ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି । ତେବେ ଗ୍ୟାସ ଲିକ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି ।

ମିଳିଥିବା ଶେଷ ଖବର ଅନୁଯାୟୀ,  ଗେଲ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଭେଇକିଲ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସହ କେମିକାଲ ପକାଇ ବିଷାକ୍ତ ଧୂଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.