Latest Odisha News

ନିଶା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କୋଚ ପୱନ ଗିରଫ

ଚଣ୍ଡୀଗଡ: ହରିୟାଣାର ଯୁବ ପହଲିୱାନ ନିଶା ଦାହିୟା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଚ ପୱନ ବରାକ ଓ ତାଙ୍କ ସାଥୀ ସଚିନ ଦହିୟାଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରି ନେଇଛି । ଏମାନଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ସୋନପତ ଜିଲାର ହଲାଲପୁର ଗ୍ରାମରେ ଥିବା ଏକାଡେମୀରେ ୨୦ ବର୍ଷୀୟା ନିଶା ଦାହିୟା ଏବଂ ତାଙ୍କ ଭାଇ ସୁରଜଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ଗ୍ରାମବାସୀ ଏହି ଏକାଡେମୀରେ ନିଆଁ ଲଗାଇ ଦେଇଥିଲେ ।

ସୁଶୀଲ କୁମାରଙ୍କ ନିକଟତର ହୋଇଥିବାରୁ ପୱନ ଅଲିମ୍ପିକ ପଦକ ବିଜେତାଙ୍କ ନାମରେ ଏକାଡେମୀର ନାମକରଣ କରିଥିଲେ । ସୂଚନାଯୋଗ୍ୟ, ଗତକାଲି ଭୁଲରେ ୨୩ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ନିଶା ମୃତ୍ୟୁବରଣ କରିଥିବା ଖବର ପ୍ରକାଶିତ ପାଇଥିଲା । ପରେ ନିଶା ଏହାକୁ ଖଣ୍ଡନ କରିଥିଲେ । ଏକା ନାମ ଯୋଗୁ ଏହି ଭୁଲ ହୋଇଥିଲା ।

Comments are closed.