Latest Odisha News

BREAKING NEWS

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ : ରାଜ୍ୟରେ କାୟା ମେଲାଇଲାଣି ମହାମାରୀ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ରହିବା ପରେ ଆଜି ଓଡ଼ିଶାରେ ୨ ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏବେ ପ୍ରଶାସନ ସଜାଗ ହୋଇପଡିଛି । ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଗଲାଣି ପଦକ୍ଷେପ । ଏହି କ୍ରମରେ ଆଜି କଟକରେ ଏକ ସପିଂ ମଲ୍ ସିଲ୍ ହେବା ପରେ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି ଏହାକୁ ସିଲ୍ କରିଛି ସିଏମସି ।

କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଏହି କୋଚିଂ ସେଣ୍ଟରକୁ ସିଲ୍‌ କରିଛି କଟକ ମହାନଗର ନିଗମ । କଟକରେ ଆଜି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରେଭେନ୍ସାରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.