Latest Odisha News

BREAKING NEWS

ପରୀ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡ଼ିଶା ହାଇକୋର୍ଟ । ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ହାଇକୋର୍ଟ । ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ସିଲ୍ କଭରରେ ହାଇକୋର୍ଟରେ ଦାଖଲ ହୋଇଛି ।

ମାମଲାରେ ପୀଡ଼ିତା ନାବାଳିକାଙ୍କ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେଣୁ ଆବେଦନକାରୀ ଚାହିଁଲେ ସେହି ମାମଲାରେ ପକ୍ଷ ହୋଇପାରନ୍ତି ବୋଲି ମନ୍ତବ୍ୟ ରଖି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଆସନ୍ତା ଏପ୍ରିଲ ୫ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ ।

ଗତ ଜାନୁଆରୀ ୧୨ ତାରିଖରେ ଶୁଣାଣି ସମୟରେ ଏସଆଇଟିର ତଦନ୍ତ ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ପୂର୍ବରୁ ହାଇକୋର୍ଟରେ ଅନ୍ୟ ୩ଟି ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ଏସଆଇଟି । ଏସଆଇଟି ତଦନ୍ତରେ ନାବାଳକ ଅଭିଯୁକ୍ତ ବୋଲି ଜଣାପଡିବା ପରେ, ଗତ ଡିସେମ୍ବର ୨୧ ତାରିଖରେ ତାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟରେ ଏନେଇ ତଥ୍ୟ ଉପସ୍ଥାପନ କରିଥିଲା ଏସଆଇଟି ।

Leave A Reply

Your email address will not be published.