ସମ୍ବଲପୁର : ଓଡ଼ିଶାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ଏମସିଏଲ୍ର ବସୁନ୍ଧରା ଏବଂ ମହାଲକ୍ଷ୍ମୀ କ୍ଷେତ୍ରକୁ ପରିଦର୍ଶନ କରିଛନ୍ତି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ୍. ପ୍ରସାଦ । ଏହି ପରଦର୍ଶନ ସମୟରେ କୁଲଦା ଏବଂ ଗର୍ଜନବାହାଲ ଓପନକାଷ୍ଟ ଖଣି କ୍ଷେତ୍ର ମଧ୍ୟ ତଦାରଖ କରିଛନ୍ତି ।
ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ । କୋଲ ଇଣ୍ଡିଆର ଅଧ୍ୟକ୍ଷ ମଧ୍ୟ ସିଆରମାଲ ଓପନକାଷ୍ଟ କୋଇଲା ଖଣି ସହିତ ସରଦେଗା ରେଲ ସାଇଡ଼ିଂ ବୁଲି ଦେଖିଥିଲେ । ଏହା ମହାଲକ୍ଷ୍ମୀ କ୍ଷେତ୍ର ଅନ୍ତର୍ଭୁକ୍ତ , ଯାହାକୁ ପରିଦର୍ଶନ କରିଥିଲେ । ଏହାସହିତ ଖୁବ୍ଶୀଘ୍ର ଲାଗୁ ହେବାକୁ ଯାଉଥିବା ରାପିଡ ଲୋଡିଂ ସିଷ୍ଟମ, ଯାହା କୋଇଲା ପରିବହନ ପାଇଁ ଆବଶ୍ୟକ, ତାହାର ଅଗ୍ରଗତି ମଧ୍ୟ ତଦାରଖ କରିଥିଲେ ।
Comments are closed.