Latest Odisha News

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଇଲାଖଣି ଦୁର୍ଘଟଣା ମୃତକଙ୍କ ପରିବାର ଲାଗି ସହାୟତା ରାଶି ୩୦୦ ପ୍ରତିଶତକୁ ବୃଦ୍ଧି

କୋଇଲାଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ମୂଳକ ରାଶିରେ ୩୦୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ।

ଏହି ଅର୍ଥରାଶି ୫ ଲକ୍ଷଟଙ୍କାରୁ ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା କରାଯାଇଥିବା ସେ କହିଛନ୍ତି । ଆଜି ଓଡ଼ିଶାଗସ୍ତରେ ଆସି ମହାନଦୀ କୋଲ ଫିଲ୍ଡସଲିମିଟେଡ (ଏମସିଏଲ)ରେ କୋଇଲା ଖଣି ଶ୍ରମିକଙ୍କୁ ସମ୍ବୋଧିତ କରି ଶ୍ରୀ ଯୋଶୀ କହିଥିଲେ ଯେ ଏହି କଲ୍ୟାଣକାରୀ ଉପାୟ ଦ୍ୱାରା ଦେଶର ୮ଟି ରାଜ୍ୟରେ କୋଲଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀରେ କାମ କରୁଥିବା ୩.୫ ଲକ୍ଷରୁ ଊଦ୍ଧ୍ୱ ଖଣି ଶ୍ରମିକଙ୍କ ପରିବାର ଲାଭାନ୍ୱିତ ହେବେ ।

କୋଇଲା ଏବଂ ଖଣି ମନ୍ତ୍ରୀ ମହାନଦୀ କୋଲ ଫିଲ୍ଡସଲିମିଟେଡରେ ତାଳଚେର କୋଲଫିଲ୍ଡସର ଖନନ କାର୍ଯ୍ୟକୁ ଆକାଶମାର୍ଗରୁ ନିରୀକ୍ଷଣକରିଥିଲେ । ତାଳଚେର କୋଲଫିଲ୍ଡସ ହେଉଛି ରାଜ୍ୟରେ ଚାଲିଥିବା କୋଲଇଣ୍ଡିଆ ଲିମିଟେଡର ଦ୍ୱିତୀୟ ସର୍ବବୃହତ ସହାୟକ କମ୍ପାନୀ ।

ଏହା କୋଲଇଣ୍ଡିଆର ମୋଟ କୋଇଲା ଉତ୍ପାଦନରେ ୨୫ ପ୍ରତିଶତ ଯୋଗଦାନ ଦେଇଥାଏ । କୋଇଲା ଖଣିରେ ପ୍ରାଣ ହରାଉଥିବା ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକରି ଶ୍ରୀ ଯୋଶୀ କହିଥିଲେ ଯେ “କୋଇଲା ଶ୍ରମିକଙ୍କକ ଲ୍ୟାଣପାଇଁ ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କ ସହିତ ଚୁକ୍ତିଭୁକ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ଅନୁକମ୍ପାରାଶିକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୫ ଲକ୍ଷ ଟଙ୍କା କରିବାକୁ ମୁଁ ଘୋଷଣା କରୁଛି” ।

ଶ୍ରୀ ଯୋଶୀ କହିଥିଲେ ଯେ ଭାରତ ସରକାର ସାଧାରଣ ଜନତାଙ୍କଜୀବନ ଧାରଣରମାନ ଉପରକୁ ଉଠାଇବା ଲାଗି ସଂକଳ୍ପବଦ୍ଧ । ଯୁବକମାନଙ୍କୁ ଅଧିକ ନିଯୁକ୍ତିଏବଂ ଉଦ୍ୟମିତା ପାଇଁ ସୁଯୋଗ ଦେବା ଦିଗରେ ସରକାର କାମ କରୁଛନ୍ତି ।

ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ୨୦୨୪-୨୫ ଆର୍ଥିକବର୍ଷ ପର୍ଯ୍ୟନ୍ତ କୋଇଲାଖଣି ପାଇଁ ଜମି ହରାଉଥିବା ୪ହଜାରରୁ ଅଧିକ ଲୋକଙ୍କୁ ମହାନଦୀ କୋଲ ଫିଲ୍ଡସ ଚାକିରିଯୋଗାଇ ଦେବ ।

ଶ୍ରୀଯୋଶୀ ଆହୁରି କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ଏମସିଏଲ ଖଣିରୁ କୋଇଲାର ବାଧାମୁକ୍ତ ପରିବହନ ଲାଗି ମହାନଦୀ କୋଲଫିଲ୍ଡସ ରେଳ ଭିତିଭୂମି ନିର୍ମାଣରେ ୯ହଜାର କୋଟିଟଙ୍କାରୁ ଅଧିକ ନିବେଶକରିବ ।

ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ସମ୍ପର୍କରେ ସମସ୍ତ ଅଂଶୀଦାରଙ୍କ ସହଯୋଗ ଲୋଡ଼ି ଶ୍ରୀ ଯୋଶୀ କହିଥିଲେ ଯେ, ଏମସିଏଲ ନିଜ ପରିଚାଳନା କ୍ଷେତ୍ର ପାଶ୍ୱର୍ବର୍ତୀ ଅଂଚଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ଆରମ୍ଭ କରିବ । ଯାହାଦ୍ୱାରା ଲୋକମାନଙ୍କୁ ସେମାନଙ୍କ ଘର ପାଖରେ ଚିକିତ୍ସାସେବା ମିଳିପାରିବ ।

ଶ୍ରୀଯୋଶୀ ପ୍ରଥମ ଥର ଲାଗି କମ୍ପାନୀର ଖନନ କାର୍ଯ୍ୟ ସମୀକ୍ଷା ଲାଗି ଓଡ଼ିଶା ଗସ୍ତରେ ଆସିଥିଲେ ।ସେ ଲିଙ୍ଗରାଜ କ୍ଷେତ୍ରର ଏମସିଏଲଡିଏଭି ସ୍କୁଲ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିଥିଲେ ।

ଏହିସ୍କୁଲ ଆନୁମାନିକ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ପ୍ରଥମେ ଏଥିରେ ୧୩ଶହ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ ପରେ ଛାତ୍ରଛାତ୍ରୀଙ୍କ କ୍ଷମତାକୁ ୩ହଜାର କରିବାଲାଗି ପ୍ରସ୍ତାବରହିଛି ।

Comments are closed.