Latest Odisha News

BREAKING NEWS

‘ଆଇଆଇଏମସି’ରେ ୨୦୨୦-୨୧ ଶିକ୍ଷାବର୍ଷରୁ ଆରମ୍ଭ ହେବ ମାଷ୍ଟର କୋର୍ସ !

ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ୨୦୨୦-୨୧ ଶିକ୍ଷା ବର୍ଷରୁ ପୋଷ୍ଟ ଗ୍ରାଜୁଏଟ ଡ଼ିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ସୂଚନା ମିଳିଛି ।

କିଛି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଗାମୀ ବର୍ଷ ଠାରୁ ଏହି ଶିକ୍ଷାନୁଷ୍ଠାନ ହେଲଥ କମ୍ୟୁନିକେସନ ଗଭରନାନ୍ସ, ଗଣମାଧ୍ୟମ ଓ ନ୍ୟୁ ମିଡିଆ ଆଦି ପାଠ୍ୟକ୍ରମ ଗୁଡିକ ଉପରେ ମାଷ୍ଟର କୋର୍ସ(ଏମଏ) କରିବାକୁ ସୁଯୋଗ ଦେଉଛି ।

ଆଇଆଇଏମସି ଡିଗ୍ରୀ ଲେବଲର ପାଠ୍ୟକ୍ରମ ଯୋଗାଇ ଦେବାକୁ ଯୋଗ୍ୟ ବୋଲି ଗତବର୍ଷ ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପତ୍ର ଜାରି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାରେ କେବଳ ଡିପ୍ଲୋମା ପାଠ୍ୟକ୍ରମ ହିଁ ପ୍ରଦାନ କରାଯାଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମ ପାଇଁ ଆଇଆଇଏମସି ଏକ ସ୍ଵତନ୍ତ୍ର ଆଡ଼ମିସନ ପକ୍ରିୟା ଲାଗୁ କରିବ। ଏହି ପାଠ୍ୟକ୍ରମ ପ୍ରଥମେ ଦିଲ୍ଲୀ ସ୍ଥିତ ଆଇଆଇଏମସି କ୍ୟାମ୍ପସରେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇପାରେ ।

ବର୍ତ୍ତମାନ ସାରା ଦେଶରେ ଆଇଆଇଏମସିର ମୋଟ ୬ଟି କ୍ୟାମ୍ପସ ରହିଛି ।

Leave A Reply

Your email address will not be published.