ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏବଂ ତଟରକ୍ଷୀ ବାହିନୀ ୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି। ଯାହାକୁ ଚୋରା ଚାଲାଣକାରୀମାନେ ଆନ୍ତର୍ଜାତୀୟ ସୀମା ପାର କରି ପଳାଇବା ପୂର୍ବରୁ ଆରବ ସାଗରରେ ଫିଙ୍ଗି ଦେଇଥିଲେ। ଏବେ ନାର୍କୋଟିକ୍ସ କିମ୍ବା ଡ୍ରଗ୍ସର ଚୋରା ଚାଲାଣ ସମେତ ବିଭିନ୍ନ କାର୍ଯ୍ୟକଳାପ ଜଡିତ ଭାରତୀୟ ଯୁବପିଢି। ଭାରତୀୟ ଏଜେନ୍ସିଗୁଡ଼ିକ ନିରନ୍ତର ସତର୍କ ମନୋଭାବ ରଖି ଦେଶ ବିରୁଦ୍ଧରେ ଘଟୁଥିବା ଏହି କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଏଟିଏସ ସହଯୋଗରେ ସମୁଦ୍ରରେ ଏକ ଗୁପ୍ତଚର ଆଧାରିତ ଆଣ୍ଟି ନାର୍କୋଟିକ୍ସ ଜଏଣ୍ଟ ଅପରେଶନ ଚଳାଇଥିଲା। ଏହି ମିଳିତ ଅଭିଯାନରେ, ପ୍ରାୟ ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଜବତ କରାଯାଇଛି। ଏହି ଅପରେସନରେ ଉଦ୍ଧାର ହୋଇଥିବା ନିଶାଦ୍ରବ୍ୟ ମେଥାମ୍ଫେଟାମାଇନ ବୋଲି ସନ୍ଦେହ କରାଯାଉଛି।
ସମୁଦ୍ର ମଝିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଦ୍ୱାରା କରାଯାଇଥିବା ଏହି ମିଳିତ ଅପରେସନ ଆନ୍ତଃ-ଏଜେନ୍ସି ସମନ୍ବୟର ଏକ ଉତ୍କୃଷ୍ଟ ଉଦାହରଣ ଥିଲା। ଏହି ଅପରେସନରେ, ଗୁଜରାଟ ଏଟିଏସରୁ ନିଶ୍ଚିତ ସୂଚନା ଆଧାରରେ, ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ସମୁଦ୍ରରେ ଏକ ସନ୍ଦିଗ୍ଧ ଡଙ୍ଗାକୁ ଅଟକାଇଥିଲା ଏବଂ ସେଥିରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲା। ସମୁଦ୍ର ପଥରେ ନିଶା କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟର ଚୋରା ଚାଲାଣକୁ ରୋକିବା ପାଇଁ ଗତ ବର୍ଷ ୨୦୨୪ରେ ଅପରେସନ ସାଗର ମନ୍ଥନ ଆରମ୍ଭ ହୋଇଥିଲା। ଗତ ବର୍ଷ ଅପରେସନ ସାଗର ମନ୍ଥନ ଅଧୀନରେ ମୋଟ ୩,୪୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା। ଏହା ବ୍ୟତୀତ ୧୧ ଜଣ ଇରାନୀ ନାଗରିକ ଏବଂ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
Comments are closed.