Latest Odisha News

BREAKING NEWS

କୋଷ୍ଟଗାର୍ଡଙ୍କ ଗୁଳିରେ ମାଛଧରା ବୋର୍ଟ ଚାଳକଙ୍କ ମୃତ୍ୟୁ ଅଭିଯୋଗ

ପାରାଦୀପ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମାଛଧରା ବୋର୍ଟ ଚାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ମୃତ ବୋଟ୍ ଚାଳକ ଜଣଙ୍କ ମାୟାଧର ମଲ୍ଲିକ୍ ଏବଂ ତାଙ୍କ ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ନରଣପୁର ଗ୍ରାମରେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କୋଷ୍ଟର୍ଗାଡ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ମିଳିଥିବା ସୂଚନାନୁଯାୟୀ ମାୟାଧର ଓ ତାଙ୍କର କିଛି ସହଯୋଗୀ ମାନେ ମାଛ ଧରିବାକୁ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିଲେ । ପରବର୍ତ୍ତୀ ସମୟରେ କୋଷ୍ଟଗାର୍ଡଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା ଏବଂ ଏହି ଗୁଳି ମାଡରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

ତେବେ କୋଷ୍ଟଗାର୍ଡ ଡିଆଇଜି ରାଜେଶ ମକୱାନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣା କିଭଳି ଏବଂ କେଉଁ ପରିସ୍ଥିତିରେ ଘଟିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ଆହୁରି ମଧ୍ୟ ତଦନ୍ତ ପରେ ଯାଇ ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତ ।

Leave A Reply

Your email address will not be published.